କନକ ବ୍ୟୁରୋ : ଆନନ୍ଦପୁର ଘଷିପୁର ଷ୍ଟେଟ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ। ଆଜି ଭୋର ସମୟରେ ଶାଖା କାର୍ୟ୍ୟାଳୟରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଶାଖା ପରିଚାଳକଙ୍କୁ ସୂଚନା ଦେଇଥିଲେ। ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ନିଆଁ ଲିଭାଇବାକୁ ପଦକ୍ଷେପ ନିଆଯାଇଥିଲା। ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ କର୍ମଚାରୀ ନିଆଁଲିଭା କାର୍ୟ୍ୟରେ ନିୟୋଜିତ ହୋଇଥିଲେ। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ବ୍ୟାଙ୍କ ଫିଲ୍ଡ ଅଫିସରଙ୍କ ପ୍ରକୋଷ୍ଠର କିଛି କାଗଜପତ୍ର ଓ କମ୍ପ୍ୟୁଟର ପୋଡ଼ି ଯାଇଥିବା ଜଣାପଡ଼ିଛି । ତେବେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇ ନଥିବା କହିଛନ୍ତି ଶାଖା ପରିଚାଳକ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ।
ଆନନ୍ଦପୁର ଘଷିପୁରା ଷ୍ଟେଟ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ । ଜରୁରୀ କାଗଜପତ୍ର ସହ ପୋଡିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
Advertisment
Follow Us