କନକ ବ୍ୟୁରୋ : ପୁରୀ ମଙ୍ଗଳାଘାଟରେ ଥିବା ସାବୁନ ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ । ଦୁଇଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୪ଟି ୟୁନିଟ ନିୟୋଜିତ ହୋଇଥିଲେ । ସାବୁନ ଫ୍ୟାକ୍ଟ୍ରିରେ ରହିଥିଲା ଶହ ଶହ କେମିକାଲ ଭର୍ତ୍ତି ଟିଣ । ଏହା ସହିତ ଝାଡୁ ତିଆରି ସରଂଜାମ ରହିଥିଲା । ସେହି ନିକଟରେ ଅନ୍ୟ ଏକ ଜାଗାରେ ଘିଅ ମଧ୍ୟ ଷ୍ଟକ୍ ହୋଇ ରହିଥିଲା ।
ସାବୁନ ତିଆରି ପାଇଁ ବ୍ୟବହୃତ ତେଲରେ ନିଆଁ ଲାଗିଥିଲା । ନିକଟରେ ଅନେକ ଘର ଓ ନଡ଼ିଆ ଗଛ ରହିଥିବାରୁ ଭୟଭୀତ ହୋଇଥିଲେ ସ୍ଥାନୀୟ ବାସିନ୍ଦା । ଫ୍ୟାକ୍ଟ୍ରି ମାଲିକ ଓ ଅନ୍ୟମାନଙ୍କୁ ନେଇ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ଦମକଳ ବିଭାଗ । ଦିନ ପ୍ରାୟ ୧୨ ଟା ୩୦ରେ ନିଆଁ ଲାଗିଥିବା ବେଳେ ୨ ଟା ୩୦ ସୁଦ୍ଧା ଆୟତ୍ତ ହୋଇଥିଲା ନିଆଁ । ପ୍ରାୟ ୮ ଲକ୍ଷ ଟଙ୍କା କ୍ଷୟକ୍ଷତି ହୋଇଛି କହିଛନ୍ତି ଫ୍ୟାକ୍ଟ୍ରି ମାଲିକ ।