ଢ଼ାକା ବିମାନବନ୍ଦରରେ ଜଳିଲା ନିଆଁ,  କାର୍ଗୋ ସେକସନରେ ଅଗ୍ନିକାଣ୍ଡ

୬ ଘଣ୍ଟା ଧରି ଜଳିଲା ନିଆଁ । ବହୁ ବିମାନ ଚଳାଚଳ ପ୍ରଭାବିତ

ଢ଼ାକା ବିମାନବନ୍ଦରରେ ଜଳିଲା ନିଆଁ

ଢ଼ାକା ବିମାନବନ୍ଦରରେ ଜଳିଲା ନିଆଁ Photograph: (kanaknews)

କନକ ବ୍ୟୁରୋ:  ବାଂଲାଦେଶର ରାଜଧାନୀ ଢାକାରେ ଥିବା ବିମାନ ବନ୍ଦରରେ ନିଆଁ । ହଜରତ ଶାହାଜଲାଲ ବିମାନ ବନ୍ଦରରେ ଶନିବାର ନିଆଁ ଲାଗିଥିଲା । ଏଥିପାଇଁ ପ୍ରାୟ ୬ ଘଣ୍ଟା ଧରି ବିମାନ ଚଳାଚଳ ବନ୍ଦ ରହିଥିଲା । ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯାଇଥିବା ବାଂଲାଦେଶ ବେସାମରିକ ବିମାନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ବିମାନବନ୍ଦରର କାର୍ଗୋ ସେକସନରେ ଏହି ନିଆଁ ଲାଗିଥିଲା । ଫଳରେ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ନିଆଁ ଲିଭାଇବାକୁ ଅଗିଶମ ବିଭାଗର ପ୍ରାୟ ୩୭ଟି ଟିମ୍ ଲାଗିପଡ଼ିଥିଲେ ।

ଲୁଧିଆନାରୁ ଦିଲ୍ଲୀ ଯାଉଥିବା ଗରିବ ରଥ ଟ୍ରେନ୍‌ରେ ଲାଗିଲା ନିଆଁ

ଏପରିକି ବାଂଲାଦେଶ ବାୟୁସେନା, ନୌସେନା ଓ ସ୍ଥଳସେନାର କର୍ମଚାରୀ ଓ ଅଧିକାରୀମାନେ ଏଥିରେ ସହାୟତା କରିଥିଲେ । ତେବେ ବିମାନବନ୍ଦରରେ ଥିବା କୌଣସି ବିମାନକୁ କିଛି ହେଲେ କ୍ଷତି ପହଞ୍ଚି ନାହିଁ। ତେବେ ବହୁ ବିମାନ ଚଳଚଳ ବାଧାପ୍ରାପ୍ତ ହୋଇଥିଲା । ବହୁ ବିମାନର ଗତିପଥ ବଦଳାଯାଇଥିଲା । କିଛି ବିମାନକୁ କୋଲାକାତା ବିମାନ ବନ୍ଦରକୁ ଦିଗ ପରିବର୍ତ୍ତନ କରି ଅଣାଯାଇଥିଲା। ଅନ୍ୟ କିଛି ବିମାନକୁ ଚିଟଗଙ୍ଗକୁ ପଠାଯାଇଥିଲା । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe