ହସ୍ପିଟାଲରେ ଲାଗିଲା ନିଆଁ ; ସଟସର୍କିଟରୁ ଅଗ୍ନିକାଣ୍ଡ

ବ୍ରହ୍ମପୁର ସିଟି ହସ୍ପିଟାଲରେ ଅଗ୍ନିକାଣ୍ଡ। ନୂତନ ବର୍ହିବିଭାଗରେ ଥିବା ଇଣ୍ଟରନେଟ ସର୍ଭର ଓ ବ୍ୟାଟେରୀରେ ଲାଗିଥିଲା ନିଆଁ। ଆୟତ୍ତ କଲେ ଅଗ୍ନିଶମ ବାହିନୀ। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା।

ହସ୍ପିଟାଲରେ ନିଆଁ

ହସ୍ପିଟାଲରେ ନିଆଁ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ବ୍ରହ୍ମପୁର ସିଟି ହସ୍ପିଟାଲରେ ଅଗ୍ନିକାଣ୍ଡ । ସିଟି ହସ୍ପିଟାଲର ନୂତନ ବହିଃବିଭାଗ କେନ୍ଦ୍ରର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ହୋଇଛି । ପ୍ରଥମ ମହଲାରେ ରହିଥିବା ଇଣ୍ଟରନେଟ ସର୍ଭର ଓ କିଛି ବ୍ୟାଟେରୀରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ସମୟରେ ଓପିଡି ବନ୍ଦ ହୋଇଥିବା ବେଳେ ପ୍ରଥମ ମହଲାରୁ ଧୂଆଁ ବାହାରୁଥିବା ନେଇ ଦେଖିବାକୁ ପାଇଥିଲେ ସିକ୍ୟୁରିଟି ଗାର୍ଡ ରବୀନ୍ଦ୍ର କୁମାର ପଣ୍ଡା । କିଛି ସମୟ ଧରି ନିଆଁ ହୁତୁହୁତୁ ହୋଇ ଜଳିଥିଲା। ଏହାପରେ ରବୀନ୍ଦ୍ର କିଛି ହସ୍ପିଟାଲର କର୍ମଚାରୀଙ୍କୁ ନିଆଁ ଲାଗିଥିବା ଜଣାଇବା ପରେ ହସ୍ପିଟାଲରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ବାରା ନିଆଁକୁ ଆୟତ୍ତ କରିଥିଲେ । ଏହାସହ କୋଠାର ବିଦ୍ୟୁତ ସରବରାହକୁ ବନ୍ଦ କରାଯାଇଥିଲା । 

ଖବର ପାଇ ବ୍ରହ୍ମପୁର ଅଗ୍ନିଶମ ବିଭାଗର ଅଧିକାରୀ ଠାକୁର ପ୍ରସାଦ ଦଳେଇ ପହଞ୍ଚି ସ୍ଥିତି ପରଖିଥିଲେ । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ବେଳେ ଇଣ୍ଟରନେଟ ସର୍ଭର ଓ ବ୍ୟାଟେରୀ ନିଆଁ ଲାଗି ନଷ୍ଟ ହୋଇଛି । ଅନ୍ୟ କୈାଣସି କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଅଧିକାରୀ । ଅଗ୍ନିକାଣ୍ଡ ସମୟରେ କେହି ରୋଗୀ ଓପିଡିର ପ୍ରଥମ ମହଲାରେ ନଥିବା ଯୋଗୁଁ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe