ମହାକୁମ୍ଭରେ ପୁଣି ନିଆଁ ; ନିଆଁ ଲିଭାଇବାକୁ ନାକେଦମ୍

ପ୍ରୟାଗରାଜ ମହାକୁମ୍ଭରେ ପୁଣି ଅଗ୍ନିକାଣ୍ଡ । ସେକ୍ଟର ୧୮ ଶଙ୍କରାଚାର୍ୟ୍ୟ ମାର୍ଗରେ ଲାଗିଲା ଭୟଙ୍କର ନିଆଁ । ନିଆଁକୁ ଆୟତ୍ତ କରିବାକୁ ଲାଗିଛି ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

ମହାକୁମ୍ଭ ନିଆଁ

ମହାକୁମ୍ଭ ନିଆଁ Photograph: (କନକ ନ୍ୟୁଜ୍)

କନକ ବ୍ୟୁରୋ: ପ୍ରୟାଗରାଜରେ ପୁଣି ଅଗ୍ନିକାଣ୍ଡ । ସେକ୍ଟର-୧୮ ଶଙ୍କରାଚାର୍ୟ୍ୟ ମାର୍ଗରେ ଟେଣ୍ଟରେ ଲାଗିଲା ନିଆଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏହା ପୂର୍ବରୁ ମଧ୍ୟ କିଛି ଦିନ ତଳେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆଜି ପୁଣି ଥରେ ଅଗ୍ନିକାଣ୍ଡ ଘଟିଛି । କୁମ୍ଭମେଳା ପାଇଁ ପ୍ରବଳ ଜନ ସମାଗମ ହୋଇଥିବାବେଳେ ଏଭଳି ବାରମ୍ବାର ଅଗ୍ନିକାଣ୍ଡ ଘଟିବା ଚିନ୍ତାର କାରଣ ପାଲଟିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe