କନକ ବ୍ୟୁରୋ: ପ୍ରୟାଗରାଜରେ ପୁଣି ଅଗ୍ନିକାଣ୍ଡ । ସେକ୍ଟର-୧୮ ଶଙ୍କରାଚାର୍ୟ୍ୟ ମାର୍ଗରେ ଟେଣ୍ଟରେ ଲାଗିଲା ନିଆଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏହା ପୂର୍ବରୁ ମଧ୍ୟ କିଛି ଦିନ ତଳେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଆଜି ପୁଣି ଥରେ ଅଗ୍ନିକାଣ୍ଡ ଘଟିଛି । କୁମ୍ଭମେଳା ପାଇଁ ପ୍ରବଳ ଜନ ସମାଗମ ହୋଇଥିବାବେଳେ ଏଭଳି ବାରମ୍ବାର ଅଗ୍ନିକାଣ୍ଡ ଘଟିବା ଚିନ୍ତାର କାରଣ ପାଲଟିଛି ।  

Advertisment