ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

Advertisment

ପାରାଦୀପ ଦୋଛକି ନିକଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଗ୍ୟାରେଜ୍ ସହ ଏକ ଦୋକାନ । ଗ୍ୟାରେଜ୍‌ରେ ଶୋଇଥିବା ଜଣେ ବ୍ୟକ୍ତି ଆହତ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ । ପାଖରେ ଛିଡ଼ା ହୋଇଥିବା ଟ୍ରକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ପାରାଦୀପ ଦୋଛକି ନିକଟରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଗ୍ୟାରେଜ୍ ସହ ଏକ ଦୋକାନ । ଗ୍ୟାରେଜ୍‌ରେ ଶୋଇଥିବା ଜଣେ ବ୍ୟକ୍ତି ଆହତ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ । ପାଖରେ ଛିଡ଼ା ହୋଇଥିବା ଟ୍ରକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

13-Garage

କନକ ବ୍ୟୁରୋ: ପାରାଦୀପ ଦୋଛକି ନିକଟରେ ଅଗ୍ନିକାଣ୍ଡ । ଗ୍ୟାରେଜ ସହ ଜଳିଗଲା ଦୋକାନ । ପାଖରେ ଛିଡ଼ା ହୋଇଥିବା ଟ୍ରକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି ।  ଗୋଟିଏ ଚା’ ଓ ଟେସନାରୀ ଦୋକାନ ଜଳି ଯାଇଛି । ଅଗ୍ନିକାଣ୍ଡ ଯୋଗୁ ଗ୍ୟାରେଜରେ ଶୋଇଥବା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁର ଭୟାବହତା ଏତେ ଥିଲା ଯେ ଚା’ ଦୋକାନରେ ଥିବା ତିନୋଟି ଗ୍ୟାସ ଟାଙ୍କି ଫାଟିଯିବାରୁ ରାସ୍ତା ପାଖରେ ଛିଡ଼ା ହୋଇଥିବା ଟ୍ରକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଗ୍ୟାରେଜ ଥିବା ୧୦ରୁ ଅଧିକ ଗାଡ଼ି ସମ୍ପୂର୍ଣ୍ଣ ଜଳିଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe