ନାଟରା ଗାଁରେ ଗ୍ୟାସ ଟାଙ୍କି ବିସ୍ଫୋରଣ । ଜଳିପୋଡ଼ି ପାଉଁଶ ହେଇଗଲା ଘର ।

Advertisment

କେନ୍ଦ୍ରାପଡ଼ା ନାଟରା ଗାଁରେ ଗ୍ୟାସ ଟାଙ୍କି ବିସ୍ଫୋରଣ । ଜଳିପୋଡ଼ି ପାଉଁଶ ହେଇଗଲା ଘର । ଅଳ୍ପକେ ବର୍ତ୍ତିଲେ ପରିବାର । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି ।

କେନ୍ଦ୍ରାପଡ଼ା ନାଟରା ଗାଁରେ ଗ୍ୟାସ ଟାଙ୍କି ବିସ୍ଫୋରଣ । ଜଳିପୋଡ଼ି ପାଉଁଶ ହେଇଗଲା ଘର । ଅଳ୍ପକେ ବର୍ତ୍ତିଲେ ପରିବାର । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି ।

Fireccc

କନକ ବ୍ୟୁରୋ: ଫାଟିଲା ଗ୍ୟାସ ଟାଙ୍କି । ନଷ୍ଟ ହୋଇଗଲା ଦୁଇ ବଖରା ଆଜବେଷ୍ଟ ଘର । ଆଳି ଥାନା ଏରଡଙ୍ଗ ପଞ୍ଚାୟତରୁ ଆସିଛି ଏଭଳି ଅଭାବନୀୟ ଖବର। ସୂଚନା ଅନୁସାରେ, ନାଟରା ଗାଁର କଳ୍ପତରୁ ଦାସଙ୍କ ପୁଅ ସମର ଦାସଙ୍କ ଘରେ ହଠାତ ଗ୍ୟାସ ଟାଙ୍କି ଫାଟିଯାଇଥିଲା । ସୌଭାଗ୍ୟବଶତଃ ବିସ୍ଫୋରଣ ବେଳେ ଘରେ କେହି ଉପସ୍ଥିତ ନଥିଲେ । ବିସ୍ଫୋରଣରେ ଘର ଭିତରେ ଥିବା ଗୋଟେ ବାଇକ ସହିତ ସମସ୍ତ ଜିନିଷ ପତ୍ର ମଧ୍ୟ ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ତୁରନ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe