MKCG ରେ ରାତିଅଧରେ ଅଗ୍ନିକାଣ୍ଡ : ବାୟୋ କେମିଷ୍ଟ ବିଭାଗ କୋଠାରେ ସର୍ଟସର୍କିଟ କାରଣରୁ ନିଆଁ ସୂଚନା , କିଛି କର୍ମଚାରୀ ଅସୁସ୍ଥ

ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳୁଛି । ସଟ୍‌ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି ।

MKCG 11

MKCG 11 Photograph: (KanakNews)

କନକ ବ୍ୟୁରୋ : ଏମକେସିଜିରେ ଅଗ୍ନିକାଣ୍ଡ । ରୋଗୀ ନିଦାନ କେନ୍ଦ୍ରର ତଳ ମହଲାରେ ରହିଥିବା ବାୟୋ କେମିଷ୍ଟ ବିଭାଗ କୋଠାରେ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମୁଖ୍ୟ ପରୀକ୍ଷାଗାର ସହ ବାୟୋ କେମିକାଲ ସେକ୍ସନରେ ମଧ୍ୟ ରାତିରେ ନିଆଁ ଲାଗିଛି । ଶୀତ ତାପ ନିୟନ୍ତ୍ରିତରୁ ନିର୍ଗତ ଗ୍ୟାସ ନିର୍ଗତ ହୋଇ କିଛି କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳୁଛି । ସଟ୍‌ସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଛି । ଅଘଟଣରେ ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରପାତି ସହ ରସାୟନ ପଦାର୍ଥ ଜଳି ଯାଇଥିବା ସୂଚନା ମିଳିଛି । ଶେଷ ଖବର ଅନୁସାରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe