କନକବ୍ୟୁରୋ: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଆଁ। ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଟ ସର୍କିଟ ଯୋଗୁଁ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁ ଓ ମା। କୋରାପୁଟ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ସମସ୍ତ ନବଜାତ ଶିଶୁ ଏଵଂ ମା ମାନକୁ ଅନ୍ୟ ବିଭାଗ କୁ ସ୍ଥାନାନ୍ତର କରାଯାଇଛି। ସଟ ସର୍କିଟର କାରଣ ଅସ୍ପଷ୍ଟ ରହିଛି