କନକ ବ୍ୟୁରୋ : କଟକ ପିଠାପୁର ଅଞ୍ଚଳରେ ଥିବା ଏକ ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ ବାହୀନିର ଦୁଇଟି ଟିମ୍ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଛି । ହେଲେ କେମିତି ନିଆଁ ଲାଗିଲା ସେନେଇ ସ୍ପଷ୍ଟ ହୋଇନାହିଁ । ଏହାସହ କେତେ ଟଙ୍କାର କ୍ଷୟକ୍ଷତି ହୋଇଛି ତାହାର ଆକଳନ କରାଯାଇନାହିଁ