ରାହୁଲଙ୍କ ନାଁରେ ମାମଲା ରୁଜୁ ; ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଲଗାଇଲେ ବିଜେପି ନେତା

ବଢ଼ିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ। ସଂସଦ ମାର୍ଗ ଥାନାରେ ମାମଲା ରୁଜୁ। ବିରୋଧୀ ଦଳ ନେତାଙ୍କ ବିରୋଧରେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ କରିବେ ବିଜେପି ସାଂସଦ । ସଂସଦରେ ବିକ୍ଷୋଭ ଉପରେ କଟକଣା ଲଗାଇଲେ ବାଚସ୍ପତି। 

Rahul Gandhi 1

କନକ ବ୍ୟରୋ: ବଢ଼ିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ । ସଂସଦରେ ଠେଲାପେଲା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ବିଜେପି ନେତାମାନେ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗ ଅଭିଯୋଗ ଆଣିଛନ୍ତି । ବିଜେପି ସାଂସଦ ଅନୁରାଗ ଠାକୁର ଓ ବାଂଶୁରୀ ସ୍ବରାଜ, ରାହୁଲ ଗାନ୍ଧୀଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ଅଭିଯୋଗ କରିଛନ୍ତି । 

ପୁଲିସ ହତ୍ୟା ଉଦ୍ୟମ ଆଧାରରେ ବିଏନଏସ ଧାରା ୧୦୯କୁ ହଟାଇ ବାକି ସବୁ ଧାରା ଲଗାଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସୂଚନା ମିଳିଛି, ମାମଲା ସମ୍ପର୍କରେ ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ରାହୁଲ ଗାନ୍ଧୀଙ୍କୁ ଡକାଇପାରେ । ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି, ସେଠାକାର ସିସିଟିଭି ଫୁଟେଜ୍ ପାଇଁ ପୁଲିସ ଲୋକସଭା ସଚିବାଳୟକୁ ଅନୁରୋଧ କରିବ । ଧାରା ୧୧୭କୁ ଛାଡ଼ିଦେଲେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଧାରା ଜାମିନଯୋଗ୍ୟ। ଏହି ଆଇନରେ ସାତ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ତେବେ ଅଭିଯୋଗ ପରେ ବି ପୋଲିସ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏବେ ଆସନ୍ତୁ ନଜର ପକାଇବା କେଉଁ ଧାରାରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe