କନକ ବ୍ୟରୋ: ବଢ଼ିଲା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଡ଼ୁଆ । ସଂସଦରେ ଠେଲାପେଲା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ବିଜେପି ନେତାମାନେ ହତ୍ୟା ଉଦ୍ୟମ ଭଳି ସଂଗୀନ ଅଭିଯୋଗ ଅଭିଯୋଗ ଆଣିଛନ୍ତି । ବିଜେପି ସାଂସଦ ଅନୁରାଗ ଠାକୁର ଓ ବାଂଶୁରୀ ସ୍ବରାଜ, ରାହୁଲ ଗାନ୍ଧୀଙ୍କ ବିରୋଧରେ ସଂସଦ ମାର୍ଗ ଥାନାରେ ଅଭିଯୋଗ କରିଛନ୍ତି ।
ପୁଲିସ ହତ୍ୟା ଉଦ୍ୟମ ଆଧାରରେ ବିଏନଏସ ଧାରା ୧୦୯କୁ ହଟାଇ ବାକି ସବୁ ଧାରା ଲଗାଇଛି । ଜାତୀୟ ଗଣମାଧ୍ୟମ ଅନୁସାରେ ସୂଚନା ମିଳିଛି, ମାମଲା ସମ୍ପର୍କରେ ପଚରାଉଚରା ପାଇଁ ଦିଲ୍ଲୀ ପୁଲିସ ରାହୁଲ ଗାନ୍ଧୀଙ୍କୁ ଡକାଇପାରେ । ଯେଉଁ ସ୍ଥାନରେ ଏହି ଘଟଣା ଘଟିଛି, ସେଠାକାର ସିସିଟିଭି ଫୁଟେଜ୍ ପାଇଁ ପୁଲିସ ଲୋକସଭା ସଚିବାଳୟକୁ ଅନୁରୋଧ କରିବ । ଧାରା ୧୧୭କୁ ଛାଡ଼ିଦେଲେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଧାରା ଜାମିନଯୋଗ୍ୟ। ଏହି ଆଇନରେ ସାତ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ତେବେ ଅଭିଯୋଗ ପରେ ବି ପୋଲିସ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏବେ ଆସନ୍ତୁ ନଜର ପକାଇବା କେଉଁ ଧାରାରେ ମାମଲା ରୁଜୁ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/12/20/Y9lieBEKKXqRco8EKnxP.jpg)