ମନୋଜଙ୍କ ନାଁରେ ଏତଲା: ଏତଲା ଦେଲା ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ

ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା । କଟକ ସାଇବର  ଥାନାରେ ଏତଲା ଦିଆଯାଇଛି । ଏତଲା ଦେଇଛିି  ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ ।

manoj

କନକ ବ୍ୟୁରୋ : ପୁଣି ଫସିଗଲେ ମନୋଜ ମିଶ୍ର । ବିବାଦ ଛାଡୁନି ପିଛା । ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ଏତଲା । ଏନେଇ କଟକ ସାଇବର  ଥାନାରେ ଏତଲା ଦିଆଯାଇଛି । ତେବେ ଏତଲା ଦେଇଛିି  ଓଡ଼ିଆ ଫିଲ୍ମ ଆଣ୍ଡ ଡାଇରେକ୍ଟର ଆସୋସିଏସନ । ଏହି ମାମଲାରେ  ସଙ୍ଘର ସଭାପତି ସବ୍ୟସାଚୀ ମହାପାତ୍ର  ପ୍ରତିକ୍ରିୟା  ରଖି କହିଛନ୍ତି, ଯେକୌସି ନୂଆ ଫିଲ୍ମ  ଆସିଲେ  ମନୋଜ  ରଖୁଛନ୍ତି ମନ୍ତବ୍ୟ ।

ଫିଲ୍ମ ନିର୍ଦ୍ଦେଶକ, ପ୍ରଯୋଜକ ଓ ଅଭିନେତାଙ୍କୁ  କରୁଛନ୍ତି ଆକ୍ଷେପ । ଭାଷା କହିଲାବେଳେ ସଂଜତ ହୋଇ କହିବା ସିଖିନାହାଁନ୍ତି ମନୋଜ । ଯାହା ପାଟିକୁ ଆସିଲା ସେଇଆ କହିଦେଉଛନ୍ତି । ସୋସିଆଲ ମିଡିଆରେ  ଏଭଳି  ଆକ୍ଷେପ  ଯୋଗୁଁ   କଷ୍ଟ ଲାଗୁଛି  ବୋଲି କହିଛନ୍ତି ସବ୍ୟସାଚୀ ମହାପାତ୍ର  ।       

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe