କନକ ବ୍ୟୁରୋ: ପଞ୍ଚସଖାଙ୍କ ମଧ୍ୟରୁ ଅନ୍ୟତମ  ଶିଶୁ ଅନନ୍ତ ପୀଠର ବାବାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ମଠରେ ନିଶା କାରବାର ସହ କର୍ମକର୍ତ୍ତା ମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଆଧ୍ୟାତ୍ମିକ ବାତାବରଣ ସହ କରାଯାଉଛି ପରିବେଶ ନଷ୍ଟ , ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Advertisment


ବାଲିପାଟଣା ପଞ୍ଚସଖା ମହାପୁରୁଷ ଶିଶୁ ଅନନ୍ତ ପୀଠର ବାବା ପର୍ଶୁରାମ ନନ୍ଦୀ ଓରଫ ଦାସଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଆଧ୍ୟାତ୍ମିକ ବାତାବରଣ ନଷ୍ଟ କରାଯିବା ସହ ବାବା ଶ୍ରଦ୍ଧାଳୁ ଏବଂ କର୍ମକର୍ତ୍ତାମାନଙ୍କୁ ଦୁର୍ବ୍ୟବହାର ଓ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି । ସେହିପରି ଏହି ପ୍ରସିଦ୍ଧ ପୀଠରେ ଅବାଧ ଭାବେ ନିଶା କାରବାର ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଶିଶୁ ଅନନ୍ତ ସ୍ମୃତି ସଂସଦ ସମ୍ପାଦିକା ତନୟା ଦାସ ଗୋସ୍ବାମୀ ଏନେଇ ଥାନାର ଦ୍ୱାରସ୍ଥ ହୋଇ ବାବାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି । ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ପୂର୍ବରୁ ଅଭିଯୋଗ ହୋଇଥିଲେ ବି ପୁଲିସ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନେଉନାହିଁ, ଯାହାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।