କନକ ବ୍ୟୁରୋ: ନାଚିଲେ ସାହୁ ଭାଉଜ, ଫସିଲେ ଆଇଆଇସି । ମହଙ୍ଗା ପଡ଼ିଲା ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ। ସାହୁ ଭାଉଜ ନାଁରେ ପରିଚିତ ଭାଗ୍ୟଶ୍ରୀଙ୍କ ଅଡ଼ୁଆ ବଢ଼ିଯାଇଛି। ମାମଲା ଏବେ ଥାନାରେ ଯାଇ ପହଞ୍ଚିଛି। କୋତାମେଟା ଆୟୋଜକ କମିଟି ନାଁରେ ମଧ୍ୟ ହୋଇଛି ମାମଲା। ବିଏନଏସର ଧାରା ୨୯୬ ଅନୁଯାୟୀ, ଭାଗ୍ୟଶ୍ରୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେହିପରି ଅଶ୍ଳୀଳତାକୁ ଉସକାଇବା ଅଭିଯୋଗରେ ୨୯୬/୬୧ ଧାରାରେ ଆୟୋଜକ କମିଟି ନାଁରେ ବି ହୋଇଛି ମାମଲା। କେବଳ ଏତିକି ନୁହେଁ, ମାଥିଲି ଥାନା ଅଧିକାରୀଙ୍କ ବିରୋଧରେ ମଧ୍ୟ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ମାଲକାନଗିରି ଏସଡିପିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସପି।
- ନିନ୍ଦା କଲେ ଯାତ୍ରା କଳାକାର
- ସାହୁ ଭାଉଜଙ୍କ ବହିଷ୍କାର ଦାବି
ଯାତ୍ରା ହେଉଛି ଏପରି ଏକ ପରମ୍ପରା, ଯାହା ଶହେରୁ ଅଧିକ ବର୍ଷ ଧରି ଚାଲିଆସୁଛି। ଯାତ୍ରା ଏଭଳି ଏକ ମଞ୍ଚ, ଯାହା ଜଣେ କଳାକାର ପାଇଁ ମନ୍ଦିର ସଦୃଶ। ହେଲେ ଏବେ ନୃତ୍ୟ ପରିବେଷଣ ନାଁରେ ଅଶ୍ଳୀଳତା ଦେଖାଇ ସବୁ ସୀମା ଟପିଯାଉଛନ୍ତି ଭାଗ୍ୟଶ୍ରୀଙ୍କ ଭଳି କିଛି କଳାକାର। ଯାହାକୁ ଯାତ୍ରା ଜଗତରେ ଖୁବ ନିନ୍ଦା କରିବା ସହ ବହିଷ୍କାର ଦାବି କରିଛନ୍ତି।
ଅନ୍ୟପଟେ ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପରିବେଷଣ ସହ ଅଙ୍ଗ ପ୍ରଦର୍ଶନ କରି ଓଡ଼ିଶା ସଂସ୍କୃତିକୁ ବଦନାମ କରୁଥିବା ଅଭିଯୋଗ ହୋଇଥିଲା। ଯାହା ପରେ ଆଇନ୍ ମନ୍ତ୍ରୀ କହିଥିଲେ ଯେ ସଂସ୍କୃତି ଉପରେ ଆଘାତ ଆସିଲେ ଅତି କଠୋରତାର ସହ ପଦକ୍ଷେପ ନିଆଯିବ। ତେବେ ଯାତ୍ରାରେ ଅଶ୍ଳୀଳତା ନେଇ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/12/30/b3GUKnThXnBcRHEm67x6.jpg)