ଫିନାଇଲ ଦେଇଛି ରୋଜଗାର । ଭୋଗରାଇ ଜୟରାମପୁର ଗାଁ ଏସଏଚଜି ମହିଳାଙ୍କୁ କରିଛି ସ୍ୱାବଲମ୍ବୀ

୨୦୧୮ରେ ଜୟରାମପୁର ଗାଁର ୧୨ ଜଣ ମହିଳା ମିଶି ଜୟ ମା’ ଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରିଥିଲେ। ପ୍ରଥମେ ଏମାନେ କିଛି କିଛି ଟଙ୍କା ସଂଚୟ କଲେ । ଏହାପରେ ଏମବିକେଙ୍କ ଠାରୁ ପରାମର୍ଶ ନେଇ ବାଲେଶ୍ବର ରେମୁଣା ଠାରେ ଫିନାଇଲ ପ୍ରସ୍ତୁତି ତାଲିମ ନେଲେ । ଆଉ ତାଲିମ୍ ନେବା ପରେ ଗାଁକୁ ଫେରି ୨୦୨୩ରୁ ଆରମ୍ଭ କଲେ ଫିନାଇଲ ପ୍ରସ୍ତୁତି। ପ୍ରଥମେ କିଛି ମାସ ସାମାନ୍ୟ କ୍ଷତି ସହିବା ପରେ ଏବେ ବେଶ ଭଲ ଭାବରେ ପ୍ରସ୍ତୁତ କରୁଛନ୍ତି ଫିନାଇଲ । ଆଉ ଏହାକୁ ନେଇ ସ୍କୁଲ, କଲେଜ, ବ୍ୟାଙ୍କ ଓ ଅଫିସ ମାନଙ୍କରେ ବିକ୍ରି କରୁଛନ୍ତି। ମିଶନ ଶକ୍ତି ବଜାର କିମ୍ବା ଷ୍ଟଲର ସୁବିଧା ମିଳିଲେ ଏମାନଙ୍କ ଜିନିଷ ଅଧିକ ମାତ୍ରାରେ ବିକ୍ରି ହେବା ସହ ରୋଜଗାର ବଢିପାରିବ ବୋଲି କହିଛନ୍ତି ମହିଳା । 

BFGBFB

DGD Photograph: (GRTGTSG)

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ଗାଁର ମହିଳା ମାନେ ନିଜସ୍ବ ଉଦ୍ୟମରେ ନିଜେ ରୋଜଗାର କରୁଛନ୍ତି । ଅନ୍ୟ ମହିଳା ମାନଙ୍କ ପାଇଁ ଉଦାୟରଣ ପାଲଟିଛନ୍ତି । ମିଶନଶକ୍ତି ଜରିଆରେ ଫିନାଇଲ ତିଆରି ତାଲିମ ପାଇବା ପରେ ଏଥିପାଇଁ ଦରକାର ହେଉଥିବା କଂଚାମାଲ ଆଣି ଫିନାଇଲ ପ୍ରସ୍ତୁତ କରୁଛନ୍ତି । ଆବଶ୍ୟକ ହେଉଥିବା କେମିକାଲ ମାର୍କେଟରୁ ଆଣି ଭାଗ ମାପ ଅନୁସାରେ ପାଣିରେ ମିଶ୍ରଣ କରୁଛନ୍ତି। ସଠିକ ମିଶ୍ରଣ ପରେ ଓଜନ ଅନୁସାରେ ବୋତଲରେ ପୁରାଇ ଠିପି ସିଲ କରୁଛନ୍ତି। ଆଉ ପରବର୍ତୀ ସମୟରେ ଅର୍ଡର ମୁତାବକ ସେହି ସ୍ଥାନରେ ପହଞ୍ଚାଉଛନ୍ତି। ତେବେ ବଜାରରେ ସେମାନଙ୍କ ହାତ ତିଆରି ଫିନାଇଲର ସେତେଟା ପ୍ରଚାର ପ୍ରସାର ହୋଇନଥିବାରୁ ଅଧିକ ମାତ୍ରାରେ ବିକ୍ରି ହୋଇପାରୁନାହିଁ। ଯାହାଫଳରେ ସେମାନେ ସେତେଟା ରୋଜଗାର ପାଇପାରୁନାହାନ୍ତି ।

ବର୍ତ୍ତମାନ ସରକାର ମିଶନ ଶକ୍ତି ଓ ଜିବିକା ମିଶନ ମାଧ୍ୟମରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ସହାୟତା ଯୋଗାଉଛନ୍ତି । ଏହି ମହିଳା ମାନଙ୍କ ଜିନିଷର ବିକ୍ରି ପାଇଁ ବଜାର ସୁବିଧା ଯୋଗାଇ ଦେଲେ ମହିଳା ମାନେ ଆହୁରି ଆଗକୁ ବଢିପାରନ୍ତେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe