ଗୋପାଳପୁର ଗଣଦୁଷ୍କର୍ମ ମାମଲା ; ସରିଲା ୬ ଅଭିଯୁକ୍ତଙ୍କ ରିମାଣ୍ଡ

ଗିରଫ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ପଚରାଉଚରା କରି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ଆଜି ଅଭିଯୁକ୍ତ ମାନଙ୍କୁ ହସ୍ପିଟାଲ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ।

vlcsnap-2025-06-26-13h09m39s652

Photograph: (kanaknews)

କନକ ବ୍ୟୁରୋ : ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ସରିଲା ୨ ଦିନିଆ ରିମାଣ୍ଡ ଅବଧି । ଗିରଫ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ପଚରାଉଚରା କରି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ଆଜି ଅଭିଯୁକ୍ତ ମାନଙ୍କୁ ହସ୍ପିଟାଲ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହାପରେ କୋର୍ଟରେ ହାଜର କରାଯିବ । ଏହି ଘଟଣାରେ ୪ ଜଣ ନାବାଳକ ଅଭିଯୁକ୍ତଙ୍କୁ ସୁଧାର ଗୃହ ପଠାଯାଇଛି । 

ଗତ ଦୁଇଦିନ ଧରି କ୍ରାଇମବ୍ରାଞ୍ଚ ଟିମ୍‌ ଏମାନଙ୍କୁ ରିମାଣ୍ଡରେ ଆଣିଥିବା ବେଳେ କ୍ରାଇମବ୍ରାଞ୍ଚ ଆଇଜି ଏସ.ସାଇନି ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ଗୋପାଳପୁର ଥାନାରେ ପଚରାଉଚରା କରିଥିଲା । ଗତ କାଲି ରାତି ପ୍ରାୟ ୧୧ଟା ସମୟରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପଚରାଉଚରା ଶେଷ କରିବା ପରେ ଗଣଦୁଷ୍କର୍ମ ସ୍ଥାନକୁ ଯାଇ ସେଠାରେ ରାତ୍ର ସମୟରେ କିଭଳି ଦୃଶ୍ୟ ରହୁଛି ସେ ନେଇ ଅନୁଧ୍ୟାନ କରିଥିଲା ଟିମ୍‌ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe