କନକ ବ୍ୟୁରୋ : ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ସରିଲା ୨ ଦିନିଆ ରିମାଣ୍ଡ ଅବଧି । ଗିରଫ ୬ ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ପଚରାଉଚରା କରି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ । ଆଜି ଅଭିଯୁକ୍ତ ମାନଙ୍କୁ ହସ୍ପିଟାଲ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହାପରେ କୋର୍ଟରେ ହାଜର କରାଯିବ । ଏହି ଘଟଣାରେ ୪ ଜଣ ନାବାଳକ ଅଭିଯୁକ୍ତଙ୍କୁ ସୁଧାର ଗୃହ ପଠାଯାଇଛି ।
ଗତ ଦୁଇଦିନ ଧରି କ୍ରାଇମବ୍ରାଞ୍ଚ ଟିମ୍ ଏମାନଙ୍କୁ ରିମାଣ୍ଡରେ ଆଣିଥିବା ବେଳେ କ୍ରାଇମବ୍ରାଞ୍ଚ ଆଇଜି ଏସ.ସାଇନି ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ଧରି ଗୋପାଳପୁର ଥାନାରେ ପଚରାଉଚରା କରିଥିଲା । ଗତ କାଲି ରାତି ପ୍ରାୟ ୧୧ଟା ସମୟରେ କ୍ରାଇମ୍ବ୍ରାଞ୍ଚ ଟିମ୍ ପଚରାଉଚରା ଶେଷ କରିବା ପରେ ଗଣଦୁଷ୍କର୍ମ ସ୍ଥାନକୁ ଯାଇ ସେଠାରେ ରାତ୍ର ସମୟରେ କିଭଳି ଦୃଶ୍ୟ ରହୁଛି ସେ ନେଇ ଅନୁଧ୍ୟାନ କରିଥିଲା ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/06/26/vlcsnap-2025-06-26-13h09m39s652-2025-06-26-13-11-06.png)