କନକ ବ୍ୟୁରୋ: ମାର୍କେଟରେ ସ୍ମାର୍ଟ ଗାଡି । ଆଜ୍ଞା ହଁ ଆଙ୍ଗୁଠି ମାରୁ ମାରୁ ଗାଡି ହେବ ଷ୍ଟାର୍ଟ । ଯେଉଁମାନେ ବାଇକ୍ ପ୍ରେମୀ ସେହିମାନଙ୍କ ପାଇଁ ଏହି ଗାଡି ଗଜବ ଗାଡି ବୋଲି ଚର୍ଚ୍ଚା ହେଉଛି । ଏହି ବାଇକ୍ ସେନ୍ସରରେ କାମ କରିଥାଏ । ଦେଖିବାକୁ ଏହି ବାଇକ୍ ସାଧାରଣ । କିନ୍ତୁ ଏହାର ଫିଚର ଦେଖିବା ପରେ ଯେକୌଣସି ବ୍ୟକ୍ତିଙ୍କ ଆଖି ଲାଖିଯିବ ।
ଏହି ହାଇ-ଟେକ ବାଇକର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଯିଏ ବି ଏହିି ବାଇକକୁ ଦେଖୁଛି ସେ ଆଶ୍ଚର୍ଯ୍ୟକର ପ୍ରତିକ୍ରିୟା ଦେଉଛନ୍ତି । ଆଉ କିଛି ବାଇକ୍ କୁ ଟ୍ରୋଲ ମଧ୍ୟ କରୁଛନ୍ତି । ବାସ୍ତବରେ ଭାଇରାଲ ହେଉଥିବା ଭିଡିଓଟି ପାକିସ୍ତାନର ବୋଲି କୁହାଯାଉଛି । ବାଇକ୍ ଟି ହୋଣ୍ଡା କମ୍ପାନୀର ଏବଂ ଏଥିରେ ଉର୍ଦୁରେ ସୂଚନା ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/17/FTMh0U7afYMFrzmWm5Iw.jpg)