Photograph: (KANAKNEWS)
କନକବ୍ୟୁରୋ : ପ୍ରଥମେ ଜାଣନ୍ତୁ ଆଜିର ତିଥି ଓ ପର୍ବଦିବସ ବିଷୟରେ । ଆଜି ପୌଷ ଶୁକ୍ଳ ୬ଷ୍ଠୀ ଦିବା ୧:୪୩:୫୧ ଗତେ ୭ମୀ ତିଥି। କୁମ୍ଭ ଚନ୍ଦ୍ର ରାତ୍ରି ୩:୦୯ ଗତେ ମୀନ ଚନ୍ଦ୍ର। ଶତଭିଷା ଦିବା ୮:୫୯:୩୪ ଗତେ ପୂର୍ବଭାଦ୍ର ନକ୍ଷତ୍ର। ଆଜିର ନିଷିଦ୍ଧ ଖାଦ୍ୟ: ନିମ୍ବ ଦିବା ୦୧:୪୩:୫୧ ଗତେ ତାଳ।
.....................
ମେଷ: ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ। ନିଜର କାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହେବା ଆପଣଙ୍କ ପାଇଁ ସଫଳତା ଆଣିଦେଇପାରେ। ଘରେ ଖୁସିର ପରିବେଶ ରହିବ। ବ୍ୟବସାୟିକ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବ। ବିଲଡର୍ସ ଓ ସମ୍ପତ୍ତି ଡିଲରମାନେ ଲାଭ କରିବେ। ଆର୍ଥିକ ପରିସ୍ଥିତି ଭଲ ରହିବ। ବୈବାହିକ ଜୀବନ ସ୍ୱାଭାବିକ ହେବ। ତେବେ ଶାରୀରିକ ଓ ମାନସିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୋଗ ଓ ଧ୍ୟାନ କରନ୍ତୁ, ପ୍ରକୃତିର ନିକଟତର ହୁଅନ୍ତୁ, ସୁଫଳ ପାଇପାରିବେ।
.....................
ବୃଷ: କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଈପ୍ସିତ ଲକ୍ଷ୍ୟ ହାସଲ କରିବା ଏବଂ ସାଂସାରିକ ଭୋଗ୍ୟବସ୍ତୁ ଲାଭ କରିବାର ସମ୍ଭାବନା ଅଛି। ଯଦି ଆପଣ କିଛି ନୂଆ କରିବାକୁ ଯୋଜନା କରୁଛନ୍ତି, ତେବେ ଏହା ଉପଯୁକ୍ତ ସମୟ। ଆପଣ କାର୍ଯ୍ୟକ୍ଷେତ୍ରରେ ସମ୍ମାନ, ପଦୋନ୍ନତି ଓ ପ୍ରଶଂସା ଆଶା କରିପାରନ୍ତି। ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି ସମୟ ମଧ୍ୟରେ ଆପଣ ବହୁତ ଭଲ ସ୍ୱାଦିଷ୍ଠ ଖାଦ୍ୟ ଉପଭୋଗ କରିବାର ସମ୍ଭାବନା ଅଛି।
.....................
ମିଥୁନ: ଅସୁସ୍ଥତା, ମାନସିକ ଅବସାଦ ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ବ୍ୟବସାୟ-ବାଣିଜ୍ୟରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ବ୍ୟବସାୟ କିମ୍ବା ଅଫିସରେ ସାଧାରଣ ଦିନ ଅପେକ୍ଷା ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ତେବେ ଆପଣ କୌଣସି ଧାର୍ମିକ ରୀତିନୀତିରେ ଯୋଗଦେଇପାରନ୍ତି। ଶତ୍ରୁମାନଙ୍କ ଉପରେ ବିଶେଷ ନଜର ରଖନ୍ତୁ କାରଣ ସେମାନେ କ୍ଷତି କରିବାର ସମ୍ଭାବନା ଅଛି। ପିଲାମାନଙ୍କ ସହିତ ବିବାଦ କରନ୍ତୁ ନାହିଁ। ହୁଏତ ସେମାନେ ଆପଣଙ୍କଠାରୁ ଦୂରେଇ ଯାଇପାରନ୍ତି।
.....................
କର୍କଟ: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଦୁଃଖଦ ଘଟଣା ଓ ବିପଦ ମଧ୍ୟ ଦେଖାଦେଇପାରେ। ପ୍ରାପ୍ୟ ଟଙ୍କା ଫେରିପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅଫିସରେ ଉଚ୍ଚ ପଦାଧିକାରୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ। ସେମାନଙ୍କ ସହିତ କୌଣସି ପ୍ରକାର ମତଭେଦ କିମ୍ବା ବିବାଦରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ କାରଣ ହଜମ ପ୍ରକ୍ରିୟା ଓ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇପାରେ। ନିରର୍ଥକ ଚିନ୍ତା ଓ ଭୟ ପରିହାର କରନ୍ତୁ। ଇଷ୍ଟ ମନନଶୀଳ ରହିଲେ ସବୁ ଅସୁବିଧାକୁ ଏଡ଼ାଇପାରିବେ।
.....................
ସିଂହ: ସୁଖସମ୍ପଦ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଜୀବନରେ କିଛି ସକାରାତ୍ମକ ପରିବର୍ତ୍ତନ ଆସିପାରେ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ଦୃଷ୍ଟିରୁ ଏହି ସମୟ ଅନୁକୂଳ। ଅଟକି ରହିଥିବା ଟଙ୍କା ଫେରସ୍ତ ପାଇପାରନ୍ତି। ଯଦି ଆପଣ ଏକ ଗାଡି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହା ହେଉଛି ଉପଯୁକ୍ତ ସମୟ। ସାଂସାରିକ ଭୋଗ ଓ ସୁସ୍ବାଦୁ ଖାଦ୍ୟର ଆନନ୍ଦ ନେଇପାରିବେ। ଶତ୍ରୁମାନେ ପରାଭୂତ ହେବେ। ଦାମ୍ପତ୍ୟ ଜୀବନରେ ସୁଖ ପାଇବେ। ପିଲାମାନେ ସୁଖସନ୍ତୋଷ ବୃଦ୍ଧି କରିବେ। ମାନସିକ ଶାନ୍ତି ପୁନଃସ୍ଥାପିତ ହେବ। ପରିବାରରେ ସୌହାର୍ଦ୍ଦ୍ୟର ବାତାବରଣ ରହିବ।
.....................
କନ୍ୟା: ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ଆଗକୁ ଯାଇ ଲକ୍ଷ୍ୟ ହାସଲ କରିବାର ସମୟ ଆସିଛି। କାରଣ ଏଥିରେ ଆପଣ ସଫଳ ହୋଇପାରିବେ। ନିଜ କୃତିତ୍ବ ପାଇଁ ସମ୍ମାନ ଓ ସ୍ୱୀକୃତି ପାଇପାରନ୍ତି। ଆପଣ ଶତ୍ରୁମାନଙ୍କୁ ଦମନ କରିବେ, ନୂତନ ବନ୍ଧୁ ସୃଷ୍ଟି କରିବେ। ଚାକିରି ପରିବେଶ ସ୍ବାଭାବିକ ରହିବ। ସ୍ୱାସ୍ଥ୍ୟ ଆପାତତଃ ଭଲ ରହିବ। ମୋଟ ଉପରେ ଦିନଟି ଆପଣ ହସଖୁସି ଭିତରେ କଟାଇବାର ସମ୍ଭାବନା ରହିଛି।
.....................
ତୁଳା: ନେଇଥିବା ଦାୟିତ୍ବ ଠିକ୍ ଭାବେ ତୁଲାଇବାକୁ ଚେଷ୍ଟା କରନ୍ତୁ। ଟିକିଏ ପରିଶ୍ରମ ଅଧିକ ପଡ଼ିପାରେ। ଉତ୍ତମ ବ୍ୟବହାର ଓ ସହନଶୀଳତା ବଳରେ କେତେକ ନକାରାତ୍ମକ ସ୍ଥିତିକୁ ଏଡ଼ାଇପାରିବେ। ଯଦି ଆପଣ ଜଣେ ବ୍ୟବସାୟୀ ତେବେ କାରବାରରେ ସଚ୍ଚୋଟତା ଅବଲମ୍ବନ କରନ୍ତୁ। ଦୂରଯାତ୍ରା ଯୋଜନାକୁ ସ୍ଥଗିତ ରଖନ୍ତୁ। ଗୁରୁତ୍ବପୂର୍ଣ୍ଣ କାମ ସାରି ନ ପାରିବାରୁ ଆପଣ ବିଚଳିତ ହୋଇପାରନ୍ତି। ଆର୍ଥିକ ଦୃଷ୍ଟିରୁ ସମୟ ଟିକିଏ କଷ୍ଟକର ହୋଇପାରେ। ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ। ସ୍ୱାସ୍ଥ୍ୟ ସର୍ବଦା ଅଧିକ ଧ୍ୟାନ ଆବଶ୍ୟକ କରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ।
.....................
ବିଛା: ଭୟର ବାତାବରଣ ସହ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ନୂତନ କାର୍ଯ୍ୟରେ ହାତ ଦିଅନ୍ତୁ ନାହିଁ। ପେଟ ବ୍ୟଥା ଏବଂ ଛାତି ଅସ୍ୱାଭାବିକତା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ମାନସିକ ଅବସାଦଠାରୁ ଦୂରରେ ରହନ୍ତୁ। ଆତ୍ମବିଶ୍ୱାସ ହରାନ୍ତୁ ନାହିଁ। ଆର୍ଥିକ ଦୃଷ୍ଟିରୁ ଏହା ଏକ କଷ୍ଟକର ସମୟ। ଖର୍ଚ୍ଚ ବଢ଼ିପାରେ। ଯତ୍ନର ସହିତ ଟଙ୍କା ଖର୍ଚ୍ଚ କରନ୍ତୁ। ପ୍ରିୟଜନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଅନିୟନ୍ତ୍ରିତ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। କାରଣ ଏହା କୌଣସି ସମସ୍ୟାର ସମାଧାନ ନୁହେଁ।
.....................
ଧନୁ: କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ଉଦ୍ୟମରେ ସଫଳତା ପାଇପାରିବେ। ଖ୍ୟାତି ବଢ଼ିବ। ବକେୟା, ଟଙ୍କା ପାଇପାରନ୍ତି। ବ୍ୟବସାୟରେ ଆର୍ଥିକ ଲାଭ ଆଶା କରିପାରନ୍ତି। ପରିବାରରେ ହସଖୁସିର ବାତାବରଣ ଦେଖାଦେଇପାରେ। ଆପଣ ବହୁତ ଭଲ ଖାଦ୍ୟ, ପୋଷାକ ଓ ଭୋଗ୍ୟବସ୍ତୁ ପାଇପାରିବେ। ମନରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟିର ବାତାବରଣ ରହିବ। ମୋଟାମୋଟି ଭାବେ ଦିନଟି ଆପଣଙ୍କର ବେଶ୍ ଭଲରେ କଟିବ।
.....................
ମକର: ସ୍ବାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଲୋକମାନଙ୍କ ସହିତ ବ୍ୟବହାର ବେଳେ ବିଶେଷ ଭାବରେ ସଚେତନ ରହିବା ଉଚିତ। କୌଣସି ପ୍ରକାର ବିବାଦ ଭିତରେ ପଶିଲେ ତାହା ବୃଥା ଝଗଡା ରୂପ ନେଇପାରେ। ଅଫିସରେ କିଛି ବାଧା ଉପୁଜିପାରେ, କିନ୍ତୁ ତାହା ସ୍ଥାୟୀ ହେବନାହିଁ। ଧୈର୍ଯ୍ୟ ରଖି ଉପଯୁକ୍ତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ସ୍ୱାସ୍ଥ୍ୟରେ ହ୍ରାସ ଅନୁଭବ କରିପାରନ୍ତି। ସତ୍ଚିନ୍ତା ଓ ସତ୍କର୍ମରେ ନିବିଷ୍ଟ ରହିବା ଆବଶ୍ୟକ।
.....................
କୁମ୍ଭ: ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି। ଏହା ଆପଣଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିପାରେ। ଏହି ସମୟ ଆପଣଙ୍କୁ ସୁସ୍ୱାଦୁ ଖାଦ୍ୟ ଓ ସୁବିଧା ଯୋଗାଇବ। ଏହା ସହିତ ଆପଣ ଭଲ ପୋଷାକ, ସୁଗନ୍ଧଦ୍ରବ୍ୟ ଓ ଅନ୍ୟାନ୍ୟ ଈପ୍ସିତ ବସ୍ତୁ ପାଇପାରନ୍ତି। ସୁସ୍ଥତା ଅନୁଭବ କରିବେ। ତଥାପି ନିଜ ଭାବନା ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ନ ହେବାକୁ ଚେଷ୍ଟା କରନ୍ତୁ। ଆର୍ଥିକ ଦୃଷ୍ଟିରୁ ଏହା ମଧ୍ୟ ଏକ ଭଲ ସମୟ। ପୁରୁଣା ଋଣ, ଅର୍ଥନୈତିକ ଲକ୍ଷ୍ୟ ଓ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ହୋଇପାରେ।
.....................
ମୀନ: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି। ଆର୍ଥିକ ଦୃଷ୍ଟିରୁ ଏହି ସମୟ ଅସୁବିଧାରେ ପକାଇପାରେ। ଖର୍ଚ୍ଚ ବୃଦ୍ଧି ପାଇବ। ବୃଥା ଅପଚୟରୁ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ଅଛି। ମାନସିକ ସ୍ତରରେ, ଆପଣ ଯନ୍ତ୍ରଣା ଓ ଅସ୍ଥିରତା ଅନୁଭବ କରିପାରନ୍ତି। ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ବିଶେଷ ଭାବରେ ସଜାଗ ରହିବା ଉଚିତ। ନିଜର ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ପରିସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରନ୍ତୁ। ସମ୍ପର୍କୀୟମାନଙ୍କ ସହିତ ବୃଥା ଶତ୍ରୁତା ସୃଷ୍ଟି କରନ୍ତୁ ନାହିଁ।
Follow Us