ନାଗ ସାପ ଦେଖାଇ ଉଠାଇନେଲେ ଫାଇନାସ୍ସ କର୍ମଚାରୀଙ୍କୁ : ଟ୍ରାକ କରି ଅପହୃତଙ୍କୁ ଉଦ୍ଧାର କଲା ପୋଲିସ

Advertisment

ବିରାଟ ନାଗ ସାପ ଦେଖାଇ ୪ ଜଣଙ୍କୁ ଅପହରଣ । ଗଞ୍ଜାମ ଚିକିଟି ଅଂଚଳରେ ଘଟିଛି ଏହି ହାଇଭୋଲଟେଜ ଅପହରଣ ଘଟଣା । ଦିଲ୍ଲୀର ଜଣେ ଫାଇନାନ୍ସ କର୍ମଚାରୀ ଓ କଟକର ୩ ଜଣ ସହଯୋଗୀଙ୍କୁ ଅପହରଣ ସାପ ଦେଖାଇ ଅପହରଣ କରିଥିଲେ ଦୁର୍ବୃତ୍ତ । ବନ୍ଧକ ରଖି ଏକ କୋଟି ଟଙ୍କା ଦେବାକୁ ଦାବି କରୁଥିଲେ ।

Updated On

ବିରାଟ ନାଗ ସାପ ଦେଖାଇ ୪ ଜଣଙ୍କୁ ଅପହରଣ । ଗଞ୍ଜାମ ଚିକିଟି ଅଂଚଳରେ ଘଟିଛି ଏହି ହାଇଭୋଲଟେଜ ଅପହରଣ ଘଟଣା । ଦିଲ୍ଲୀର ଜଣେ ଫାଇନାନ୍ସ କର୍ମଚାରୀ ଓ କଟକର ୩ ଜଣ ସହଯୋଗୀଙ୍କୁ ଅପହରଣ ସାପ ଦେଖାଇ ଅପହରଣ କରିଥିଲେ ଦୁର୍ବୃତ୍ତ । ବନ୍ଧକ ରଖି ଏକ କୋଟି ଟଙ୍କା ଦେବାକୁ ଦାବି କରୁଥିଲେ ।

ଅଦ୍ୟତନ ହୋଇଛି
naga

naga Photograph: (KanakNews )

କନକବ୍ୟୁରୋ :  ବିରାଟ ନାଗ ସାପ ଦେଖାଇ ୪ ଜଣଙ୍କୁ ଅପହରଣ  । ଗଞ୍ଜାମ ଚିକିଟି ଅଂଚଳରେ ଘଟିଛି ଏହି ହାଇଭୋଲଟେଜ ଅପହରଣ ଘଟଣା। ଦିଲ୍ଲୀର ଜଣେ ଫାଇନାନ୍ସ କର୍ମଚାରୀ ଓ କଟକର ୩ ଜଣ ସହଯୋଗୀଙ୍କୁ ଅପହରଣ ସାପ ଦେଖାଇ ଅପହରଣ କରିଥିଲେ ଦୁର୍ବୃତ୍ତ । ବନ୍ଧକ ରଖି ଏକ କୋଟି ଟଙ୍କା ଦେବାକୁ ଦାବି କରୁଥିଲେ ।

କୋଟିଏ ଟଙ୍କା ନଦେଲେ ସମସ୍ତଙ୍କୁ ବନ୍ଧକଙ୍କୁ ନାଗ ସାପ ଚୋଟରେ ଜୀବନ ନେଇଯିବେ ବୋଲି ଧମକ ଚମକ ଦେଉଥିଲେ । ଗୋଳନ୍ଥରା ଥାନା ଅଞ୍ଚଳରୁ ଅପହରଣ ପରେ ଚିକିଟି ଗଡ଼ରେ ଅଟକ ରଖି ଅତ୍ୟାଚାର କରୁଥିଲେ  ।  ହେଲେ କୌଣସି ମତେ ଜଣେ ଅପହରଣକାରୀଙ୍କ କବଳରୁ ଖସି ଆସି ଚିକିଟି ତହସିଲ ଅଫିସରେ ପହଞ୍ଚି ଉଦ୍ଧାର ପାଇଁ ନେହାରୁ ହୋଇଥିଲେ ।

 ଏନେଇ ପୋଲିସ ଖବର ପାଇବା ପରେ ଅଟକ ୩ ଜଣଙ୍କୁ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର କରିଛି ।  ପୋଲିସ ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ଏକ ଆହତ ନାଗସାପକୁ ଦେଖି ବନବିଭାଗକୁ ଖବର ଦେଇଥିଲା ଚିକିଟି ପୋଲିସ  ।  ଆହତ ନାଗ ସାପକୁ ଉଦ୍ଧାର କରି ବନବିଭାଗ ନିଜ ହେପାଜତକୁ ନେଇ ଚିକିତ୍ସା କରୁଛି ।

ସାପଟିର ବେକ ଓ ଅଣ୍ଟା ପାଖରେ ଆଘାତ ଲାଗି ନିସ୍ତେଜ ଅବସ୍ଥାରେ ଥିବା ସାପଟିକୁ ଧରି ଅଭିଯୁକ୍ତମାନେ ଡରାଉଥିଲେ ବୋଲି ଜଣାପଡିଛି । ହାଇଭୋଲଟେଜ ଅପହରଣ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏବେ ଜାଲ ବିଛେଇଛି । ଏବେ ବି ଘଟଣା ରହସ୍ୟ ଘେରରେ ରହିଥିବା ବେଳେ  ପୋଲିସ ତଦନ୍ତ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe