ପାକିସ୍ତାନକୁ ଆର୍ଥିକ ଝଟ୍‌କା! ପାକିସ୍ତାନ ଆକାଶର ବ୍ୟବହାର ନକରିବାକୁ ବିଶ୍ବର ପ୍ରମୁଖ ବିମାନଚଳାଚଳ ସଂସ୍ଥାଙ୍କ ନିଷ୍ପତ୍ତି

ପାକିସ୍ତାନକୁ ବଡ଼ ଝଟକା । ପାକିସ୍ତାନ ଆକାଶର ବ୍ୟବହାର ନକରିବାକୁ ବିଶ୍ୱର ପ୍ରମୁଖ ବିମାନଚଳାଚଳ ସଂସ୍ଥାକ ନିଷ୍ପତ୍ତି । ପାଶ୍ଚାତ୍ୟ ଦେଶମାନେ ସ୍ୱତପ୍ରବୃତ ଭାବେ ପାକିସ୍ତାନ ଏୟାସ୍ପେଶ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି ।

pak b

Photograph: (KanakNews )

କନକ ବ୍ୟୁରୋ : ପାକିସ୍ତାନକୁ ବଡ଼ ଝଟକା । ପାକିସ୍ତାନ ଆକାଶର ବ୍ୟବହାର ନକରିବାକୁ ବିଶ୍ୱର ପ୍ରମୁଖ ବିମାନଚଳାଚଳ ସଂସ୍ଥାଙ୍କ ନିଷ୍ପତ୍ତି । ପାଶ୍ଚାତ୍ୟ ଦେଶମାନେ ସ୍ୱତଃପ୍ରବୃତ୍ତ ଭାବେ ପାକିସ୍ତାନ ଏୟାରସ୍ପେସ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ପାକିସ୍ତାନକୁ କ୍ଷତି ସହିବାକୁ ପଡିବ । ଇଟାଲିର ଆଇଟିଏ, ସୁଇସ୍, ଏୟାରଫ୍ରାନ୍ସ, ବ୍ରିଟିସ୍ ଏୟାରୱେ, ଲୁଫସ୍ଥାନସା, ପୋଲାଣ୍ଡର ଏଲଓଟି ସହ ଅନ୍ୟ ୟୁରୋପୀୟ ଦେଶ ପାକିସ୍ତାନ ଆକାଶର ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ-ପାକିସ୍ତାନ ଟେନସନ ଯୋଗୁ କୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିବାର ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଭାରତ ଆସୁଥିବା ପାଶ୍ଚାତ୍ୟ ଦେଶର ବିମାନ ଗୁଡିକ ତୁର୍କୀ, ସିରିଆ, ଇରାକ,  ସାଉଦି ଆରବ, ଓମାନ ଦେଇ ଭାରତ ଆସିବ। ପାକିସ୍ତାନ ଆକାଶ ଉପରେ ଚଳାଚଳ କରୁଥିବା ବିମାନଗୁଡିକରୁ ଲକ୍ଷ ଲକ୍ଷ ଟଙ୍କା ନେଇଥାଏ । ଏବେ ସେମାନେ ପାକିସ୍ତାନର ଏୟାରସ୍ପେସ ବ୍ୟବହାର ନ କରିବା ନିଷ୍ପତ୍ତି ଦ୍ୱାରା ପାକିସ୍ତାନକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିବ ।

ପାକିସ୍ତାନକୁ ଆର୍ଥିକ ଝଟ୍‌କା!
ପାକିସ୍ତାନ ଆକାଶର ବ୍ୟବହାର ନକରିବାକୁ ପାଶ୍ଚାତ୍ୟ ଦେଶର ନିଷ୍ପତ୍ତି
ଇଟାଲି, ଫ୍ରାନ୍ସ ସହ ୟୁରୋପୀୟ ଦେଶର ପ୍ରମୁଖ ବିମାନଚଳାଚଳ ସଂସ୍ଥାଙ୍କ ନିଷ୍ପତ୍ତି  
ସ୍ୱତଃପ୍ରବୃତ୍ତ ଭାବେ ପାକିସ୍ତାନ ଏୟାରସ୍ପେସ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି
ଏହାଦ୍ୱାରା ପାକିସ୍ତାନକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିବ
ଇଟାଲିର ଆଇଟିଏ, ସୁଇସ୍, ଏୟାରଫ୍ରାନ୍ସ, ବ୍ରିଟିସ୍ ଏୟାରୱେ କଟକଣା ଲଗାଇଛନ୍ତି
ଲୁଫସ୍ଥାନସା, ପୋଲାଣ୍ଡର ଏଲଓଟି ସହ ଅନ୍ୟ ୟୁରୋପୀୟ ସଂସ୍ଥା ନିଷ୍ପତ୍ତି ନେଇଛନ୍ତି
ପାକିସ୍ତାନ ଆକାଶର ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି ବିମାନଚଳାଚଳ ସଂସ୍ଥା
ଭାରତ ଆକ୍ରମଣ କରିବାର ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି
ଭାରତ ଆସୁଥିବା ପାଶ୍ଚାତ୍ୟ ଦେଶର ବିମାନ ଗୁଡିକ ଅନ୍ୟ ରାସ୍ତା ଦେଇ ଆସିବ
ତୁର୍କୀ, ସିରିଆ, ଇରାକ, ସାଉଦି ଆରବ, ଓମାନ ଦେଇ ଭାରତ ଆସିବ ପାଶ୍ଚାତ୍ୟ ବିମାନ
ପାକିସ୍ତାନ ଆକାଶ ଉପରେ ଚଳାଚଳ କରୁଥିବା ବିମାନ ସଂସ୍ଥାଠୁ ଟଙ୍କା ନେଇଥାଏ
ପାକ୍ ଏୟାରସ୍ପେସ ବ୍ୟବହାର ନ କରିବା ଦ୍ୱାରା ପାକିସ୍ତାନ କ୍ଷତି ସହିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe