ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନାରେ ଓଡ଼ିଶାକୁ ୬୭୬.୭ କୋଟି ଟଙ୍କା ଆର୍ଥିକ ରାଶି ଅନୁଦାନ । କେନ୍ଦ୍ରରୁ ୪୦୮.୭ କୋଟି ଏବଂ ରାଜ୍ୟରୁ ୨୬୮ କୋଟି ଟଙ୍କା ପ୍ରଦାନ ନିମନ୍ତେ ନିଷ୍ପତ୍ତି

Advertisment

ଆମ ସରକାର ଆସିବାର ୮୧ ଦିନ ମଧ୍ୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା ।

ଆମ ସରକାର ଆସିବାର ୮୧ ଦିନ ମଧ୍ୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା ।

suroj suryamanshi

suroj suryamanshi Photograph: (KanakNews )

କନକ ବ୍ୟୁରୋ : ଆମ ସରକାର ଆସିବାର ୮୧ ଦିନ ମଧ୍ୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା । କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା  ପ୍ରଣୟନ ନିମନ୍ତେ ଅନୁଷ୍ଠିତ ହୋଇଥିବା ତୃତୀୟ ପ୍ରୋଜେକ୍ଟ ଆପ୍ରୁଭାଲ୍ ବୋର୍ଡ ବୈଠକର ନିଷ୍ପତ୍ତି ଅନୁଯାୟୀ ପିଏମ-ଉଷା ଯୋଜନାରେ ଓଡ଼ିଶାକୁ ୬୭୬.୭ କୋଟି ଟଙ୍କାର ଆର୍ଥିକ ରାଶି ଅନୁଦାନ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହା ନିଶ୍ଚିତ ଭାବେ ଓଡ଼ିଶାରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ସହ ମାନବ ସମ୍ବଳ ବିକାଶ, ଗବେଷଣା ଏବଂ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ଦିଗରେ ସହାୟକ ହେବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପ୍ରଣୟନ ନିମନ୍ତେ ସର୍ବମୋଟ ୬୭୬.୭ କୋଟି ଟଙ୍କା ଆର୍ଥିକ ରାଶି ଅନୁଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏଥିମଧ୍ୟରୁ ୩୮ଟି ପ୍ରସ୍ତାବ ନିମନ୍ତେ ୬୭୦ କୋଟି ଟଙ୍କା ଏବଂ ମ୍ୟାନେଜମେଣ୍ଟ ମନିଟରିଙ୍ଗ ଇଭାଲ୍ୟୁସନ ଆଣ୍ଡ ରିସର୍ଚ୍ଚ ଗ୍ରାଣ୍ଟ ନିମନ୍ତେ ୬.୭ କୋଟି ଟଙ୍କା ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି । ସର୍ବମୋଟ ୬୭୬.୭ କୋଟି ଟଙ୍କା ମଧ୍ୟରୁ କେନ୍ଦ୍ର ସରକାରଙ୍କ ତରଫରୁ ୪୦୮.୭ କୋଟି ଏବଂ ରାଜ୍ୟ ସରକାରଙ୍କ ତରଫରୁ ୨୬୮ କୋଟି ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯିବ ।
ସର୍ବମୋଟ ଅନୁଦାନ ରାଶିକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି । ମଲ୍ଟି ଡିସିପ୍ଲିନାରୀ ଏଜୁକେସନ ଏବଂ ରିସର୍ଚ ୟୁନିଭରସିଟି ବର୍ଗରେ ୪ ଟି ବିଶ୍ୱବିଦ୍ୟାଳୟଙ୍କୁ ୧୦୦ କୋଟି ଲେଖାଏଁ (ପ୍ରତ୍ୟେକଙ୍କୁ ୧୦୦ କୋଟି, ସର୍ବମୋଟ ୪୦୦ କୋଟି), ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ବର୍ଗରେ ୫ଟି ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଲେଖାଏଁ,  ମହାବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ବର୍ଗରେ ୨୪ଟି ମହାବିଦ୍ୟାଳୟ କୁ ୫ କୋଟି ଲେଖାଏଁ, ଜେଣ୍ଡର ଇନକ୍ଲୁଜନ ଓ ଇକ୍ୱାଲିଟି ଇନିସିଏଟିଭ ବର୍ଗରେ ୫ଟି ଜିଲ୍ଲାକୁ ୧୦ କୋଟି ଲେଖାଏଁ, ଏବଂ ଏମଏମଇଆର ଗ୍ରାଣ୍ଟ ନିମନ୍ତେ ୬.୭ କୋଟି ଟଙ୍କା ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି।

ମଲ୍ଟି ଡିସିପ୍ଲିନାରୀ ଏଜୁକେସନ ଏବଂ ରିସର୍ଚ୍ଚ ୟୁନିଭରସିଟି ବର୍ଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତ୍ୟେକଙ୍କୁ ୧୦୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ସେହିପରି ଭାବେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନାରେ ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବିକାଶ ନିମନ୍ତେ ମଧ୍ୟ ଆର୍ଥିକ ରାଶି ଅନୁଦାନ ପ୍ରଦାନ କରାଯିବ, ଯାହାକି  ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣରେ ମଧ୍ୟ ସହାୟକ ହେବ ।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ମାନଙ୍କରେ ସ୍ମାର୍ଟ କ୍ଲାସରୁମ, ଲାବ୍ରୋଟୋରି, କମ୍ପ୍ୟୁଟର ଲାବ୍ରୋଟୋରି, ଏକାଡେମିକ ବିଲଡିଂ, ଲାଇବ୍ରେରୀ ଆଦି ନିର୍ମାଣ କରାଯିବ । ଏଥିସହିତ ଉଚ୍ଚକୋଟୀର ଗବେଷଣା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ମଧ୍ୟ ପ୍ରଦାନ କରାଯିବ । ଯୋଜନାରେ ଛାତ୍ରୀ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରୁ ଯେପରି ବଞ୍ଚିତ ନହେବେ ସେହି ଦିଗରେ ମଧ୍ୟ ଧ୍ୟାନ ଦିଆଯିବ । ଏଥିସହିତ ସେଲ୍ଫ ଡିଫେନ୍ସ ଟ୍ରେନିଙ୍ଗ, ମାନବ ସମ୍ବଳ ଓ ଦକ୍ଷତା ବିକାଶ ଦିଗରେ ମଧ୍ୟ କାର୍ଯ୍ୟ  କରାଯିବ ଯାହା ଫଳରେ ଛାତ୍ରଛାତ୍ରୀମାନେ ନିଯୁକ୍ତିର ସୁଯୋଗ ପାଇପାରିବେ। ଆକାଂକ୍ଷୀ ଜିଲ୍ଲା ମାନଙ୍କରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ ଓ ଗୁଣବତ୍ତା ଶିକ୍ଷା ପ୍ରଦାନ ଦିଗରେ ମଧ୍ୟ ଗୁରୁତ୍ୱାରୋପ କରାଯିବ ଯାହା ଫଳରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ନାକ୍ ମାନ୍ୟତା ମିଳିପାରିବ ଏବଂ ଏଥିସହ ନିୟମିତ ଅନ୍ତରାଳରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଗୁଡିକର ସମୀକ୍ଷା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe