କନକ ବ୍ୟୁରୋ: ଆଉ କିଛି ସମୟ ପରେ ଆରମ୍ଭ ବଜେଟ୍‌ ଅଧିବେଶନ । ଲଗାତାର ଅଷ୍ଟମ ଥର ଲାଗି ସଂସଦରେ ବଜେଟ୍‌ ଉପସ୍ଥାପନ କରିବେ ବଜେଟ୍‌ । ଯେହେତୁ ବଜେଟ୍‌ ପୁରା ଦେଶର ଅର୍ଥାବ୍ୟବସ୍ଥା ଉପରେ ନିର୍ଭର କରେ, ତେଣୁ ଏହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ କଥା । କିନ୍ତୁ ପ୍ରତିଥର ଆପଣ ଦେଖିଥିବେ, ବଜେଟ୍‌ ଉପସ୍ଥାପନ ପୂର୍ବରୁ ନିର୍ମଳା ଏକ ବ୍ରିଫକେଶ ନେଇ ଆସନ୍ତି, ଅବଶ୍ୟ ଏବେ ଟାବଲେଟ୍‌ ନେଇ ଆସୁଛନ୍ତି । ବଜେଟ୍‌ ବ୍ରିଫକେଶ୍‌ରେ ବଜେଟ୍‌ ସମ୍ୱନ୍ଧୀୟ କାଗଜ ଥାଏ ବୋଲି ଆମେ ସମସ୍ତେ ଜାଣନ୍ତି । କିନ୍ତୁ ପ୍ରକୃତରେ ତାହା ଭିତରେ କଣ ଥାଏ ତାହା ଆପଣ ଜାଣିଛନ୍ତି କି ? 

Advertisment

ଏଣିକି ପେପର ଲେସ୍‌ରେ ଉପସ୍ଥାପନ ହେଉଛି ବଜେଟ୍‌
କିନ୍ତୁ ବଦଳିନି ବ୍ରିଫକେଶର ପରମ୍ପରା

ଏବେ ଡିଜିଟାଲରେ ପ୍ରାୟ ସମସ୍ତ କାମ ହେଉଛି । ତେଣୁ ଏଥିରୁ ବଜେଟ୍‌ ବାଦ ପଡ଼ିବ ବା କେମିତି । ନିର୍ମଳା ସୀତାରମଣ ସଂସଦରେ ଯେଉଁ ବଜେଟ୍‌ ଉପସ୍ଥାପନ କରୁଛନ୍ତି ତାହା ମଧ୍ୟ ପେପର ଲେସ୍‌ରେ ହେଉଛି । ହେଲେ ବି କାହିଁକି ସେ ସାଙ୍ଗରେ ଏକ ବ୍ରିଫକେଶ ନେଇ ଆସୁଛନ୍ତି କି ନାହିଁ ସେନେଇ ଆଲୋଚନା ଚାଲିଛି ।  ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅର୍ଥମନ୍ତ୍ରୀମାନେ ବଜେଟ୍‌ ସମୟରେ ଯେଉଁ ବ୍ରିଫକେଶ ସାଙ୍ଗରେ ନେଇ ଆସନ୍ତି ତାହା ମଧ୍ୟରେ ବି ପାର୍ଥକ୍ୟ ରହିଛି । ରଙ୍ଗ ବଦଳିଛି ସତ ହେଲେ ପରମ୍ପରା ଆଜି ବି ଅକ୍ଷୂର୍ଣ୍ଣ ରହିଛି ।

କେଉଁଠୁ ଆସିଛି ବଜେଟ୍‌ ଶଦ୍ଦ ?

ବଜେଟ୍‌ । ଅର୍ଥାତ୍‌ ସରକାରଙ୍କ ହିସାବ କିତାବ ବା ଅର୍ଥବ୍ୟବସ୍ଥାକୁ ବୁଝାଏ । ଏହି ଶଦ୍ଦ ଭାରତର ନୁହେଁ ବରଂ ଫ୍ରେଞ୍ଚ ଶଦ୍ଦ ବୋଲି ସୂଚନା ରହିଛି । ଠିକ୍‌ ସେମିତି ବଜେଟ୍‌ ଅଧିବେଶନରେ ବ୍ରିଫକେଶ୍‌ର ପରମ୍ପରା ବ୍ରିଟେନ୍‌ରୁ ଆସିଛି । ୧୮୬୦ ମସିହାରେ ୱିଲିୟମ ଇ ଗୋଲ୍ଡଷ୍ଟୋନ ପ୍ରଥମ ଥର ବ୍ରିଟେନ ବଜେଟ ଆଗତ କରିବା ସମୟରେ ବ୍ରିଫକେଶ୍‌ର ବ୍ୟବହାର କରିଥିଲେ । ଯାହା କି ପରେ ‘ଗୋଲ୍ଡଷ୍ଟୋନ ବକ୍ସ’ ରୂପେ ପରିଚିତ ହୋଇଥିଲା। ଏହାପରେ ଭାରତରେ ବି ବଜେଟ୍‌ ଉପସ୍ଥାପନ ବେଳେ ଏହି ପରମ୍ପରା ପାଳନ ହେବାରେ ଲାଗିଛି । 

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ସ୍ବାଧୀନ ଭାରତରେ ୧୯୪୭ ମସିହା ନଭେମ୍ବର ୨୬ ତାରିଖରେ ପ୍ରଥମ ଅର୍ଥମନ୍ତ୍ରୀ ଆରକେ ଶନମୁଖମ ପ୍ରଥମଥର ବଜେଟ୍‌ ଉପସ୍ଥାପନ କରିଥିଲେ । ସେହି ସମୟରେ ବ୍ରିଫକେଶର ରଙ୍ଗ ଲାଲ୍‌ ଥିଲା । ହେଲେ ପରବର୍ତ୍ତୀ ସମୟରେ ଯେବେ ନେହେରୁ ବଜେଟ୍‌ ଉପସ୍ଥାପନ କଲେ ସେବେ ଏହାର ରଙ୍ଗ ଲାଲ ପରିବର୍ତ୍ତେ କଳା ହୋଇଥିଲା । ସେବେଠୁ ଅର୍ଥମନ୍ତ୍ରୀମାନେ ନିଜ ଅନ୍ଦାଜରେ ବ୍ରିଫକେଶ୍‌ ନେଇ ସଂସଦ ଆସୁଥିବା ଦେଖାଦେଇଛି । କଥା ହେଲା, ୨୦୧୯ ମସିହାରେ ନିର୍ମଳା ବ୍ରିଫକେଶ୍‌ ପରମ୍ପରାକୁ ଭାଙ୍ଗିଥିଲେ । ବ୍ରିଫକେଶ ପରିବର୍ତ୍ତେ ସାଙ୍ଗରେ ଆଣିଥିଲେ ଟାବଲେଟ୍‌ । କାରଣ ଏବେ ପେପର ଲେସ୍‌ ବଜେଟ୍‌ ଉପସ୍ଥାପନ ହେଉଛି । ତେଣୁ ନିର୍ମଳା ଆଜି ବଜେଟ୍‌ ଉପସ୍ଥାପନ କରୁଥିବାରୁ ଚର୍ଚ୍ଚାରେ ବ୍ରିଫକେଶ ।