କନକ ବ୍ୟୁରୋ :   ବିହାରରେ ସ୍ୱତନ୍ତ୍ର ସଂଶୋଧନ ପରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ନୂଆ ତାଲିକାରେ ମୋଟ ଭୋଟରଙ୍କ ସଂଖ୍ୟା ରହିଛି ୭କୋଟି ୪୨ଲକ୍ଷ । ପୂର୍ବରୁ ଚିଠା ତାଲିକାରେ ଥିଲା ୭କୋଟି ୨୪ଲକ୍ଷ  ।  ସେହିପରି ନୂଆ  ଯୋଡି ହେଲେ ୨୧ଲକ୍ଷ ୫୩ ହଜାର ଭୋଟର । ପୂର୍ବରୁ ପ୍ରକାଶିତ ଚିଠା ତାଲିକାଠାରୁ ଚୂଡାନ୍ତ ତାଲିକାରେ କେବଳ ପାଟନାରେ ୧ଲକ୍ଷ ୬୩ ହଜାର ଭୋଟରଙ୍କୁ ନୂଆ କରି ସ୍ଥାନ ମିଳିଛି । ନିର୍ବାଚନ କମିସନଙ୍କ ପକ୍ଷରୁ ଦିଆଯାଇଥିବା ଲିଙ୍କ୍ ମାଧ୍ୟମରେ ଯେକୌଣସି ଭୋଟର ଚୂଡ଼ାନ୍ତ ତାଲିକାରେ ତାଙ୍କର ନାଁ ଅଛିକି ନାହିଁ ଦେଖିବା ଆରମ୍ଭ କରିଛନ୍ତି । ୨୨ ବର୍ଷ ପରେ ସ୍ୱତନ୍ତ୍ର ସଂଶୋଧନ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି ।  ପୂର୍ବରୁ ଅଗଷ୍ଟ ୧ ତାରିଖରେ  ପ୍ରକାଶିତ ଚିଠା ଭୋଟର ତାଲିକାରେ ୬୫ ଲକ୍ଷ ଭୋଟରଙ୍କ ନାଁ ନଥିବା ଅଭିଯୋଗ ହେଇଥିଲା । କଂଗ୍ରେସ ସମେତ ବହୁ ରାଜନୈତିକ ଦଳ ଏହାକୁ ନେଇ ତମ୍ୱିତୋଫାନ କରିଥିଲେ । ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ  ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଥିଲା । ତେବେ ନିର୍ବାଚନ କମିସନ ଜାଣିଶୁଣି ଆପତ୍ତି ଅଭିଯୋଗ ଶୁଣୁ ନଥିବା କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳ ଅଭିଯୋଗ କରି ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରମିକୋର୍ଟ ମାମଲାର ଶୁଣାଣି କରି ସ୍ପଷ୍ଟ କରିଥିଲେ ଯେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପରେ ମଧ୍ୟ କୌଣସି ତ୍ରୁଟି ନଜରକୁ ଆସିଲେ ଏସଆଇଆର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ  ବାତିଲ କରାଯାଇପାରିବ । ଆଜି ବିହାରର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । କିଛି ତ୍ରୁଟି ବିଚ୍ୟୁତି ଅଛି କି ନାହିଁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଅକ୍ଟୋବର ୭ ତାରିଖରେ ହେବ ।  

Advertisment

ଏସଆଇଆର୍ ପରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ

  • ମୋଟ ଭୋଟରଙ୍କ ସଂଖ୍ୟା ୭କୋଟି ୪୨ଲକ୍ଷ
  • ତ୍ରୁଟି ପାଇଁ ହଟିଲେ ୪୭ଲକ୍ଷ ଭୋଟର
  • ଯୋଡି ହେଲେ ୨୧ଲକ୍ଷ ୫୩ ହଜାର ଭୋଟର
  • ନୂଆ ତାଲିକାରେ କେବଳ ପାଟଣାରେ ୧.୬୩ଲକ୍ଷ ଭୋଟ ସାମିଲ
  • ଅଗଷ୍ଟ ୧ ତାରିଖରେ ଚିଠା ତାଲିକା ପ୍ରକାଶ ପାଇଥିଲା
  • ୬୫ ଲକ୍ଷ ଭୋଟରଙ୍କ ନାଁ ନଥିବା ଅଭିଯୋଗ ହେଇଥିଲା
  • ବହୁ ରାଜନୈତିକ ଦଳ ଏହାକୁ ନେଇ ତମ୍ୱିତୋଫାନ କରିଥିଲେ
  • ସେପ୍ଟେମ୍ବର ୧ ପର୍ଯ୍ୟନ୍ତ  ଆପତ୍ତି ଅଭିଯୋଗ ଗ୍ରହଣ କରାଯାଇଥିଲା
  • ସୁପ୍ରମିକୋର୍ଟରେ ରୁଜୁ ହୋଇଥିଲା ମାମଲା
  • ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ମଧ୍ୟ ତ୍ରୁଟିଥିଲେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ
  • ତ୍ରୁଟି ଥିଲେ ଏସଆଇଆର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ  ବାତିଲ କରାଯାଇପାରିବ
  • ଚୂଡ଼ାନ୍ତ ଭୋଟର ତାଲିକାରେ ତ୍ରୁଟି ଅଛି କି ନାହିଁ  ସ୍ପଷ୍ଟ ହୋଇନାହିଁ 
  • ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଅକ୍ଟୋବର ୭ରେ ହେବ