କନକ ବ୍ୟୁରୋ : କୁକୁରଙ୍କୁ ସ୍ଥାନାନ୍ତର ଓ ବନ୍ଧ୍ୟାକରଣ ପ୍ରସଙ୍ଗରେ ଆଜି ଆସିବ ଚୁଡାନ୍ତ ରାୟ । ଦିଲ୍ଲୀ-ଏନସିଆରରେ ବୁଲା କୁକୁର ହଟାଇବା ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବା ନିମନ୍ତେ ବିଭିନ୍ନ ଆବେଦନ ଉପରେ ରାୟ ଶୁଣାଇବେ ୩ ଜଣିଆ ଖଣ୍ଡପୀଠ । ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଏବଂ ଜଷ୍ଟିସ ଏନଭି ଅଞ୍ଜରିଆଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ଅଗଷ୍ଟ ୧୪ରେ ଏହି ମାମଲାର ଶୁଣାଣି କରିଥିଲେ ଏବଂ ରାୟ ସଂରକ୍ଷିତ ରଖିଥିଲେ । ଗତକାଲି ଏ ସଂକ୍ରାନ୍ତ ଅନ୍ୟ ଏକ ମାମଲାରେ ସୁପ୍ରିମକୋର୍ଟ ଜରୁରୀ ଶୁଣାଣି ପାଇଁ ମନା କରିଦେଇଛନ୍ତି । ଜଷ୍ଟିସ ଜେକେ ମାହେଶ୍ବରୀ ଓ ଜଷ୍ଟିସ ବିଜୟ ବିସ୍ପୋଇଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ନନିତା ଶର୍ମା ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ । ତେବେ ଖଣ୍ଡପୀଠ କୌଣସି ନିର୍ଦ୍ଦେଶ ଦେବାକୁ ମନା କରିଦେଇଛନ୍ତି । ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କ ଦ୍ବାରା ଅଗଷ୍ଟ ୧୧ ତାରିଖରେ ଜାରି ହୋଇଥିବା ଆଦେଶ। ପୌର କର୍ତ୍ତୃପକ୍ଷଙ୍କୁ ସାରା ଦିଲ୍ଲୀରୁ ବୁଲା କୁକୁରଙ୍କୁ ଧରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବଂ ଆଠ ସପ୍ତାହ ମଧ୍ୟରେ ଅତି କମରେ ୫,୦୦୦ ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରନ୍ତୁ । ଏହି ନିର୍ଦ୍ଦେଶନାମା ଖୁବ୍ ଶୀଘ୍ର ବିବାଦୀୟ ହୋଇପଡ଼ିଥିଲା