କନକ ବ୍ୟୁରୋ: ସେପ୍ଟେମ୍ବର ୨୧ ତାରିଖ ଅର୍ଥାତ୍ ଆଜି ବର୍ଷର ଶେଷ ସୂର୍ଯ୍ୟୋପରାଗ ଲାଗିବାକୁ ଯାଉଛି । ଏହା କନ୍ୟା ରାଶିରେ ଲାଗିବ, ଯାହା ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଏହାର ସୂତକ କାଳ ମଧ୍ୟ ଗ୍ରାହ୍ୟ ହେବ ନାହିଁ । ସୂର୍ଯ୍ୟୋପରାଗ ସମୟରେ ଶନି ମୀନ ରାଶିରେ ରହିବେ ଏବଂ କନ୍ୟା ରାଶିରେ ଥିବା ସୂର୍ଯ୍ୟଙ୍କ ସହିତ ସମସପ୍ତକ ଯୋଗ ସୃଷ୍ଟି କରିବେ । ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ଏକ ଧାଡ଼ିରେ ଆସିବେ ଏବଂ ଚନ୍ଦ୍ର ସୂର୍ଯ୍ୟକୁ ଘୋଡ଼ାଇ ଦେବେ । ଜ୍ୟୋତିଷଙ୍କ କହିବା ଅନୁଯାୟୀ, ବର୍ଷର ଶେଷ ସୂର୍ଯ୍ୟୋପରାଗର ପ୍ରଭାବ ସମସ୍ତ ରାଶି ଉପରେ ମଧ୍ୟ ଦେଖିବାକୁ ମିଳିବ । ଏହି ବିଶେଷ ଯୋଗର ପ୍ରଭାବ କିଛି ରାଶି ଉପରେ ଚ୍ୟାଲେଞ୍ଜ ଆଣିପାରେ । କିନ୍ତୁ କିଛି ରାଶି ଉପରେ ଶୁଭଫଳ ମଧ୍ୟ ପ୍ରଦାନ କରିବ । ତେବେ ଆସନ୍ତୁ ଜାଣିବା ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ କେଉଁ ରାଶି ପାଇଁ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ? 

Advertisment

ଶୁଭ :  

୧. ମେଷ ରାଶି  

ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟକୁ ମଜଭୁତ କରିବ । ଦୀର୍ଘ ଦିନରୁ ଯେଉଁ ସୁଯୋଗକୁ ଅପେକ୍ଷା କରାଯାଇଥିଲା, ତାହା ହାତରେ ଲାଗିପାରେ । ଚାକିରିରେ ପଦୋନ୍ନତି କିମ୍ବା ନୂଆ ସୁଯୋଗ ମିଳିବ । ଛାତ୍ରଛାତ୍ରୀ ଏବଂ ଗବେଷଣା ସହ ଜଡ଼ିତ ଲୋକମାନେ ସଫଳତା ପାଇବେ । ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି । ମେଷ ରାଶିର ଲୋକମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ । କ୍ୟାରିଅରରେ ନୂଆ ସୁଯୋଗ ମିଳିବ, ସେହିପରି ଆର୍ଥିକ ସ୍ଥିତି ମଧ୍ୟ ସୁଧୁରିବ । ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ ଏବଂ ଦୀର୍ଘ ଦିନରୁ ଚାଲିଆସୁଥିବା ସମସ୍ୟାରୁ ମୁକ୍ତି ମିଳିବ । ଧନ-ସମ୍ପତ୍ତି ସହ ଜଡ଼ିତ ମାମଲାରେ ଲାଭ ମିଳିବ । 

୨. ସିଂହ ରାଶି  

ରାଶିଚକ୍ରର ପଞ୍ଚମ ରାଶି ସିଂହଙ୍କ ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ ଦେବ । ଆଗାମୀ ସୂର୍ଯ୍ୟୋପରାଗରେ ସିଂହ ରାଶିର ଲୋକମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ । ସମାଜ ଏବଂ କାର୍ଯ୍ୟକ୍ଷେତ୍ରରେ ପରିଚୟ ମିଳିବ । ଧନ ଲାଭ ଏବଂ ନିବେଶରୁ ଲାଭ ହେବ । ପରିବାରରେ ସମ୍ମାନ ଏବଂ ସୁଖ-ସମୃଦ୍ଧି ବଢ଼ିବ । ଚାକିରି କରୁଥିବା ଲୋକମାନଙ୍କୁ ପଦୋନ୍ନତି ଏବଂ ବ୍ୟବସାୟୀମାନଙ୍କୁ ଲାଭବାନ ହେବାର ସୁଯୋଗ ମିଳିବ । ପରିବାରରେ ସାମଞ୍ଜସ୍ୟ ଏବଂ ସହଯୋଗ ବଢ଼ିବ । ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ମିଳିବ । ସିଂହ ରାଶିର ଲୋକମାନଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ହେବ । ଦୀର୍ଘ ଦିନରୁ ଅଧୁରା ଥିବା ସ୍ୱପ୍ନ ପୂରଣ ହେବ । ଶିକ୍ଷା, କ୍ୟାରିଅର ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ । ପ୍ରେମ ଏବଂ ବୈବାହିକ ଜୀବନରେ ଖୁସି ଆସିବ ।

ଅଶୁଭ : 

ବୃଷ ରାଶି : 

ଏହି ସୂର୍ଯ୍ୟୋପରାଗର ନକାରାତ୍ମକ ପ୍ରଭାବ ବୃଷ ରାଶି ବ୍ୟକ୍ତିବିଶେଷଙ୍କ ଜୀବନ ଉପରେ ପଡ଼ିପାରେ । ସମ୍ପର୍କରେ ତିକ୍ତତା ବଢ଼ିପାରେ । ଆପଣଙ୍କୁ ପ୍ରତ୍ୟେକ ପଦକ୍ଷେପରେ ସତର୍କ ରହିବାକୁ ପଡ଼ିବ । ପ୍ରେମରେ ଦୂରତା କିମ୍ବା ବିଚ୍ଛେଦର ସ୍ଥିତି ଉପୁଜିପାରେ । ଆର୍ଥିକ ଦୃଷ୍ଟିରୁ ମଧ୍ୟ ସାବଧାନ ରୁହନ୍ତୁ । ଋଣ କାରବାର ଆଦୌ କରନ୍ତୁ ନାହିଁ । କାହାରି କଥାରେ ପଡ଼ି ବଡ଼ ନିବେଶ କରନ୍ତୁ ନାହିଁ । ବୃଷ ରାଶିର ଲୋକମାନେ ସୂର୍ଯ୍ୟପରାଗ ଦିନ ଗହମ ଦାନ କରନ୍ତୁ , ସୁଫଳ ମିଳିବ ।

କନ୍ୟା ରାଶି :  

ସୂର୍ଯ୍ୟୋପରାଗ କନ୍ୟା ରାଶିରେ ହିଁ ଲାଗିବାକୁ ଯାଉଛି । ଏପରି ସ୍ଥଳେ ଆପଣଙ୍କୁ ମଧ୍ୟ ଧନ ସମ୍ବନ୍ଧୀୟ କ୍ଷତିରୁ ସତର୍କ ରହିବାକୁ ପଡ଼ିବ । ଏହି ରାଶିର ଲୋକଙ୍କ ଖର୍ଚ୍ଚ ହଠାତ୍ ବଢ଼ିପାରେ । ବଜେଟ୍ କରି ଚାଲିବାର ଆବଶ୍ୟକତା ଅଛି । ନିଜ ପିତାମାତାଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ଯେଉଁମାନେ ଚାକିରି ବଦଳାଇବାକୁ ଚିନ୍ତା କରୁଛନ୍ତି, ସେମାନେ ବର୍ତ୍ତମାନ ପାଇଁ ଧୈର୍ଯ୍ୟ ରଖନ୍ତୁ । ଶୀଘ୍ର ନିଆଯାଇଥିବା ନିଷ୍ପତ୍ତି କ୍ଷତିକାରକ ହେବ । ସହକର୍ମୀଙ୍କ ସହିତ ତାଳମେଳ ରଖନ୍ତୁ । ଉପାୟ ରୂପେ ଶିବ ଚାଳିଶା ପାଠ କରନ୍ତୁ । 

ମୀନ ରାଶି :  

ଏହି ସୂର୍ଯ୍ୟୋପରାଗର ପ୍ରଭାବ ମୀନ ରାଶିର ବ୍ୟକ୍ତିବିଶେଷଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପର୍କ ଉପରେ ପଡ଼ିପାରେ । ବୈବାହିକ ଜୀବନରେ ଉତ୍ଥାନ-ପତନ ଆସିପାରେ । ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ବଢ଼ିପାରେ । ରୋଜଗାରକୁ ନେଇ ଚିନ୍ତା ବଢ଼ିପାରେ । ବ୍ୟବସାୟୀଙ୍କୁ କ୍ଷତି ଏବଂ ଚାକିରି କରୁଥିବା ଲୋକଙ୍କ ଉପରେ କାର୍ଯ୍ୟଭାର ବଢ଼ିପାରେ । ଅଳସୁଆମି ନହୋଇ ସଠିକ ରୂପେ କାମ କରନ୍ତୁ । ଉପାୟ ଭାବରେ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ । ସୂର୍ଯ୍ୟୋପରାଗ ପରେ ଗହମ, ଗୁଡ଼, ମସୁର ଡାଲି କିମ୍ବା ତମ୍ବାରେ ତିଆରି ଜିନିଷ ଦାନ କରନ୍ତୁ ।
ତେବେ ଏହି ସୂର୍ଯ୍ୟୋପରାଗ ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଆଣ୍ଟାର୍କଟିକା ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗରର କିଛି ଅଂଶରେ ଦେଖାଯିବ ।