ପଶ୍ଚିମ ଓଡ଼ିଶାରୁ ଭାସିଆସୁଛି ମାଟିର ମହକ ; ମହିଳା କଲେଣି ନୂଆଁଖାଇ ପ୍ରସ୍ତୁତି, ନୂଆ ଧାନ, ନୂଆ ବସ୍ତ୍ର କିଣିବାକୁ ବଜାରରେ ଭିଡ଼ ।

ପଶ୍ଚିମ ଓଡିଶାରେ ଏବେ ନୂଆଁଖାଇ ମାହୋଲ । ଧନୀଠୁ ଗରୀବ ସବୁରି ଘରେ ଏଥିପାଇଁ ଜୋରଦାର ପ୍ରସ୍ତୁତି । ଗାଁରୁ ଆସିଲାଣି ମାଟିର ମହକ। ଚାଲିଛି ନୂଆଁଖାଇ ପ୍ରସ୍ତୁତି। ଆଉ ଦୁଇ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ। ନୂଆଁଖାଇକୁ ନେଇ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ।

nn[[[[[[[

କନକ ବ୍ୟୁରୋ: ପଶ୍ଚିମଓଡିଶାରେ ଏବେ ନୂଆଁଖାଇ ମାହୋଲ । ଧନୀଠୁ ଗରୀବ ସବୁରି ଘରେ ଏଥିପାଇଁ ଜୋରଦାର ପ୍ରସ୍ତୁତି । ଗାଁରୁ ଆସିଲାଣି ମାଟିର ମହକ। ଚାଲିଛି ନୂଆଁଖାଇ ପ୍ରସ୍ତୁତି। ଆଉ ଦୁଇ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ। ନୂଆଁଖାଇକୁ ନେଇ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ । 

ବିିଶେଷ କରି ନୂଆଁଖାଇର ପ୍ରସ୍ତୁତି ସବୁଠୁ ନିଆରା । ଗାଁରୁ ଭାସି ଆସିଲାଣି ମାଟି  ମହକ। ମାଟି ଘରକୁ ନୂଆରୂପ ଦେବାରେ ଲାଗିପଡିଛନ୍ତି ଘରର ମହିଳା। ଏହି ଗଣପର୍ବରେ ମହିଳାଙ୍କ ମୁଖ୍ୟ ଦାୟିତ୍ୱ ରହିଥାଏ। ଇଷ୍ଟଦେବତାଙ୍କ ପାଖରେ ନବାନ୍ନ ଲାଗି ହେବ, ସେଥିପାଇଁ ସବୁ କିଛି ଜିନିଷ ନୂଆ ଆସିବ। ଆଉ ସେଥିପାଇଁ ଜଙ୍ଗଲରୁ ମାଟି ଆଣି ଘରକୁ ଲିପା ପୋଛା କରୁଛନ୍ତି। ଘରକୁ ସଫାସୁତୁରା କରିବା ପରେ ଗୋବର ଓ ନାଲି ମାଟିରେ ଲିପୁଛନ୍ତି। ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ ତୁନମୁରା ଗାଁରେ କିଭଳି ଚାଲିଛି ନୂଆଖାଇ ପ୍ରସ୍ତୁତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe