ଭାରତ ରତ୍ନ ରତନ ଟାଟାଙ୍କୁ ଅନ୍ତିମ ବିଦାୟ । ପାର୍ସି ରୀତିନୀତିରେ ମୁମ୍ବାଇର ବର୍ଲି ଶ୍ମଶାନଘାଟରେ ଶେଷକୃତ୍ୟ ସମ୍ପନ୍ନ

ଏନସିପିଏ ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ୱର୍ଲି ଅଭିମୁଖେ ରତନ ଟାଟାଙ୍କ ମରଶରୀର । ତେବେ ଆଉ କିଛି ସମୟ ପରେ ୱାର୍ଲିରେ ଟାଟାଙ୍କ ଅନ୍ତିମ ସଂସ୍କାର ହୋଇଛି ।   ଅନ୍ତିମ ଯାତ୍ରା ପୂର୍ବରୁ ରତନ ଟାଟାଙ୍କ ଅନ୍ତିମ ଦର୍ଶନ କରିଛନ୍ତି ବରିଷ୍ଠ ବ୍ୟକ୍ତି ବିଶେଷ । ନେତା ମନ୍ତ୍ରୀଙ୍କ ସମେତ ବହୁ ଶିଳ୍ପପତି ଓ ସିନେ କଳାକାର ସ୍ବଗର୍ତ ରତନ ଟାଟାଙ୍କ ଶେଷ ଦର୍ଶନ କରିଛନ୍ତି ।

hgrgr

କନକ ବ୍ୟୁରୋ : ରତନ ଟାଟାଙ୍କ ପାର୍ଥିବ ଶରୀର ମୁମ୍ବାଇରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟଦା  ସହ ପାର୍ସୀ ରୀତିନୀତିରେ ରତନ ଟାଟାଙ୍କ ଅନ୍ତିମ ସତ୍କାର ସମ୍ପାଦନ ହୋଇଛି । ଗତକାଲି ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ରତନ ଟାଟା । ବାର୍ଦ୍ଧକ୍ୟ ଜନିତ ରୋଗ କାରଣରୁ ଗତକାଲି ତାଙ୍କର ପରଲୋକ ହୋଇଥିଲା । ଅନ୍ତିମ ଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ସାମିଲ ହୋଇଛନ୍ତି । ଏନସିପିଏ ଗ୍ରାଉଣ୍ଡରେ ଶେଷ ଦର୍ଶନ ପରେ ୱର୍ଲି ଅଭିମୁଖେ ରତନ ଟାଟାଙ୍କ ମରଶରୀର । ତେବେ ଆଉ କିଛି ସମୟ ପରେ ୱାର୍ଲିରେ ଟାଟାଙ୍କ ଅନ୍ତିମ ସଂସ୍କାର ହୋଇଛି ।   ଅନ୍ତିମ ଯାତ୍ରା ପୂର୍ବରୁ ରତନ ଟାଟାଙ୍କ ଅନ୍ତିମ ଦର୍ଶନ କରିଛନ୍ତି ବରିଷ୍ଠ ବ୍ୟକ୍ତି ବିଶେଷ । ନେତା ମନ୍ତ୍ରୀଙ୍କ ସମେତ ବହୁ ଶିଳ୍ପପତି ଓ ସିନେ କଳାକାର ସ୍ବଗର୍ତ ରତନ ଟାଟାଙ୍କ ଶେଷ ଦର୍ଶନ କରିଛନ୍ତି । ମୁମ୍ବାଇ ଏନସିପିଏ ଗ୍ରାଉଣ୍ଡରେ ଶେଷ ଦର୍ଶନ କରିଛନ୍ତି ଅମିତ ଶାହ। ଶେଷ ଦର୍ଶନ ସହ ରତନ ଟାଟାଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅମିତ ଶାହ। ସେହିପରି ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ତାଙ୍କ ପତ୍ନୀ ନୀତା ଅମ୍ବାନୀ ରତନ ଟାଟାଙ୍କ ଶେଷ ଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ବଲିଉଡ୍ ଷ୍ଟାର୍ ଆମିର ଖାନ୍, କିରଣ ରାଓ ପ୍ରମୁଖ ଶେଷ ଦର୍ଶନ କରିଛନ୍ତି । ମୃତ୍ୟ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ ଭାରତୀୟ ଶିଳ୍ପ ଏବଂ ବ୍ୟବସାୟ କ୍ଷେତ୍ରରେ ଏକ ପ୍ରତିଷ୍ଠିତ ଚେହେରା ଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ରତନ ଟାଟାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe