ଭୟରେ ବନ୍ଦ ହୋଇଗଲା ଫିଲ୍ମ ସୁଟିଂ ; କେଉଁ ଭୟ ନେଇ ଟିମକୁ ଆଲର୍ଟ କଲା ପ୍ରଶାସନ?

ଓଡ଼ିଆ ଫିଲ୍ମ ସୁଟିଂ ସେଟକୁ ଆଲର୍ଟ । ବଲାଙ୍ଗୀର ହରିଶଙ୍କରରେ ‘ରାଣ୍ଡି ପୁଅ ଅନନ୍ତା’ର ସୁଟିଂ ଚାଲିଥିବା ବେଳେ ଭୟ ଯୋଗୁଁ ବନ୍ଦ । ମାଓବାଦୀ ଧମକ ଅଭିଯୋଗକୁ ଖଣ୍ଡନ କଲେ ଏସପି ।

ଅଦ୍ୟତନ ହୋଇଛି
30111111111111111

କନକ ବ୍ୟୁରୋ: ଭୟ ଭିତରେ ଫିଲ୍ମ ସୁଟିଂ ବନ୍ଦ । ବଲାଙ୍ଗୀର ହରିଶଙ୍କରଠାରେ ଚାଲିଥିଲା ଓଡ଼ିଆ ଫିଲ୍ମ ‘ରାଣ୍ଡି ପୁଅ ଅନନ୍ତା’ର ସୁଟିଂ । ହେଲେ ଭୟ ଯୋଗୁଁ ଫିଲ୍ମ ସୁଟିଂ ବନ୍ଦ ରହିଛି । ଏକ କୋର୍ ଏରିଆରେ ସୁଟିଂ ଚାଲିଥିଲା ଅଭିନେତା ସବ୍ୟସାଚ୍ଚୀ ମିଶ୍ରଙ୍କ ଫିଲ୍ମ । ହେଲେ ପ୍ରଶାସନର ଆଲର୍ଟ ପରେ ଫିଲ୍ମ ସୁଟିଂକୁ ବନ୍ଦ କରାଯାଇଛି । କୋର୍ ଏରିଆ ହୋଇଥିବାରୁ ଏଠାରେ ମାଓବାଦୀ ଭୟ ରହିଛି । ଅନେକ ସମୟରେ ଏଠାରେ ମାଓବାଦୀଙ୍କ ଚଳପ୍ରଚଳ ରହିଥାଏ । ଏହା ସହ ଜଙ୍ଗଲୀ ଜନ୍ତୁଙ୍କ ଭୟ ମଧ୍ୟ ରହିଛି । ତେଣୁ ଜିଲ୍ଲା ପ୍ରଶାସନ ଫିଲ୍ମ ସୁଟିଂ ସେଟକୁ ଆଲର୍ଟ କରିଛି । ତେବେ ମାଓ ଭୟ ଅଭିଯୋଗକୁ ଏସ୍‌ପି ଖଣ୍ଡନ କରିଛନ୍ତି । ଏହା ସହ ସୁଟିଂ ପାଇଁ ଅନୁମତି ନେଇନଥିବା ମଧ୍ୟ କହିଛନ୍ତି ଏସ୍‌ପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe