କନକ ବ୍ୟୁରୋ: ପ୍ରଡ୍ୟୁସର ଓ ଡାଇରେକ୍ଟର ସଂଘକର ମାମଲାକୁ ନେଇ ପ୍ରେସମିଟରେ ଅଭିନେତା ମନୋଜ ମିଶ୍ର ମନ୍ତବ୍ୟ ରଖିବା ପରେ ଆଉ ଏକ ପ୍ରେସମିଟ୍ କରି ମନୋଜଙ୍କୁ ଠିକଣା ଜବାବ୍ ଦେିଛନ୍ତି ପ୍ରଯୋଜକ ତଥା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ସବ୍ୟସାଚୀ କହିଛନ୍ତି, ମନୋଜ ମିଶ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର କର୍ଣଧାର ନୁହଁନ୍ତି । ମୋର ୫ଟି ଫିଲ୍ମ national award ପାଇଛି ମନୋଜ ମିଶ୍ରଙ୍କ ଠାରୁ ମୁଁ ସାର୍ଟିଫିକେଟ ଚାହୁଁନି ।
ଓଲିଉଡରେ କଲି ବନ୍ଦ କରନ୍ତୁ ବୋଲି ଅପିଲ କରିଛନ୍ତି ସବ୍ୟସାଚୀ । ଯାହା କିଛି କହିବାର ଅଛି ଶାନ୍ତିପୂର୍ଣ ଭାବେ ସକାରାତ୍ମକ ଭାବେ ଆଲୋଚନା କରନ୍ତୁ । ହେଲେ ସିନେମା ଇଣ୍ଡଷ୍ଟ୍ରିକୁ ବଦନାମ ନକରନ୍ତୁ । ନିର୍ଦ୍ଦେଶକ ଆଉ ପ୍ରଦ୍ୟୁସର ମାନଙ୍କ ଭିତରେ କିଛି ବିବାଦ ନାହିଁ ।
‘ତାଙ୍କର ସ୍ତ୍ରାଟେଜି କେମିତି ମିଡ଼ିଆ ଆଟେନସନ୍ ପାଇବେ। ମୋ ବିରୁଦ୍ଧରେ ପ୍ରଥମେ ଲେଖିଲେ ଅନେକ କିଛି । ପରେ ବିଭିନ୍ନ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ କହିଲେ । ନିର୍ଦ୍ଦେଶକ ସଂଘ କ୍ଷୁବ୍ଧ ହୋଇ ସାଇବର ସେଲରେ ମାମଲା ଦେଇଛୁ । ପ୍ରାୟ ୪୦ଜଣ ନିର୍ଦ୍ଦେଶକ ଏକାଠି ହୋଇଥିଲୁ । କହିବାକୁ କାହାକୁ ବାରଣ ନାହିଁ। ଜଣେ ଯଦି କେବଳ ଫିଲ୍ମର ମାନ ଯାଞ୍ଚ କରେ କେମିତି ହେବ । ଏବେ ଯୁବ ଡାଇରେକ୍ଟର ଆସୁଛନ୍ତି । କର୍ମ, ଦମନ, ଭଳି ଫିଲ୍ମ ଆଗକୁ ହେବ । ନୂଆ ନିର୍ଦ୍ଦେଶକଙ୍କୁ ସପୋର୍ଟ କରିବା ଦରକାର।
ସେ କ’ଣ ଏକା ଏକ୍ସପର୍ଟ । ସ୍ୱଜାତି ଦ୍ରୋହ କଥା ନକୁହନ୍ତୁ ମନୋଜ । ତାଙ୍କ ବିଷୟରେ କିଛି କହିବାର ଆବଶ୍ୟକତା ନାହିଁ । ମିଡ଼ିଆ ଆଟେନସନ୍ ପାଇଁ ସେ ଏଭଳି କରୁଥିବା କହିଛନ୍ତି ନିର୍ଦ୍ଦେଶକ ସବ୍ୟସାଚୀ ମିଶ୍ର।