କନକ ବ୍ୟୁରୋ: ଏବେ ବକ୍ସ ଅଫିସରେ ଜମିଥିବା ବଲିଉଡ୍ ମୁଭି ’ଛାୱା’କୁ ନେଇ ନାଗପୁରରେ ସୃଷ୍ଟି ହୋଇଛି ଦଙ୍ଗା । ଏହାର କାରଣ ମୁଭିରେ ଦେଖାଯାଇଥିବା କିଛି ଗୁରୁତ୍ବପୂର୍ଣ୍ଣ ସିନ୍ ବୋଲି ଦାୟୀ କରିଛନ୍ତି ମୌଲାନା ଶହାବୁଦ୍ଦିନ ରଜବୀ । ଫିଲ୍ମକୁ ବ୍ୟାନ୍ କରିବା ସହ ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି ମୌଲାନା । 

Advertisment
maulana
maulana Photograph: (KanakNews)

 ମୌଲାନାଙ୍କ ଅଭିଯୋଗ, ମୁଭି ଛାୱା’ରେ ଔରଙ୍ଗଜେବ ବାଦଶାହଙ୍କୁ ହିନ୍ଦୁ ବିରୋଧୀ ଭାବେ ପ୍ରଦର୍ଶନ କରି ହିନ୍ଦୁ ଯୁବଗୋଷ୍ଠୀଙ୍କୁ ଉସକା ଯାଉଛି । ଫଳରେ ମାର୍ଚ୍ଚ ୧୭ ତାରିଖରେ ନାଗପୁରରେ ଦଙ୍ଗା ପରିସ୍ଥିତି ଦେଖାଦେଇଥିଲା । ତେଣୁ ସମାଜରେ ଶାନ୍ତି ଓ ଏକତାର ପ୍ରତିଷ୍ଠା ପାଇଁ  ଏଭଳି ଫିଲ୍ମକୁ ତୁରନ୍ତ ବ୍ୟାନ୍ କରିବା ସହ ଏହାର  ଡାଇରେକ୍ଟର ଓ ପ୍ରଡ୍ୟୁସରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ଫଳରେ ଆଗାମୀ ଦିନରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ମୌଲାନା ।