ମୋଦୀଙ୍କୁ ଭେଟିଲେ ମୋହନ ; ହାତରେ ଫାଇଲ ବଢ଼ାଇଲା ଚର୍ଚ୍ଚା

ଦିଲ୍ଲୀରେ ମୋଦୀଙ୍କୁ ମୋହନ ଭେଟିବା ପରେ ବଢ଼ିଲା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା   ।  ମୋହନ ମାଝୀଙ୍କ ହାତରେ ଥିବା ଫାଇଲ୍ ବଢାଇଲା ସସପେନ୍ସ ।  କେନ୍ଦ୍ରରୁ ସବୁଜ ସଙ୍କେତ ମିଳିଥିବା ସୂଚନା । ମନମୋହନ କହିଲେ ଖୁବଶୀଘ୍ର ହୋଇପାରେ ଘୋଷଣା ।  

7PM3

କନକ ବ୍ୟୁରୋ:  ମାସେ ନପୁରୁଣୁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ରାଜନୀତିରେ ଚର୍ଚ୍ଚାର ବିଷୟ ହେଉଛି । ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଓ ନିଗମ ବୋର୍ଡ ଅଧ୍ୟକ୍ଷ ଚୟନକୁ ଆଲୋଚନା ଲାଗି ରହିଥିବାବେଳେ ମୋଦୀଙ୍କୁ ମୋହନ ଭେଟିବା ରାଜନୈତିକ ମହଲକୁ ଉଷ୍ଣ କରିଛି। ।

ଗତ ମାସ ୨୦ ତାରିଖରେ ଜନତା ମଇଦାନରେ ଏକାଠି ହୋଇଥିଲେ ମୋଦୀ ଓ ମୋହନ । ରାଜ୍ୟସ୍ତରୀୟ ବର୍ଷପୂର୍ତ୍ତୀ ସମାରୋହ ଅବସରରେ ଓଡିଶା ଭିଜନ ୨୦୩୬ ଉପସ୍ଥାପନ କରିଥିଲେ । ଦେଖାଇଥିଲେ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ସ୍ବପ୍ନ । ମାତ୍ର ଦିନ କେଇଟା ନପୁରୁଣୁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ସାକ୍ଷାତ ସମୟର ଫଟୋ ବଢ଼ାଇଛି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବା ଫାଇଲରେ କଣ ଅଛି ସେ ନେଇ ଭିନ୍ନ ଭିନ୍ନ ଆଲୋଚନା ହେଉଛି। 

ବିଜେପି ସରକାରକୁ ୧୩ ମାସ ପୂରିଛି । ଏବେ ବି ଅଧା ଗଢ଼ା ହୋଇ ପଡିଛି ମନ୍ତ୍ରୀମଣ୍ଡଳ । ସଭାପତି ଚୟନ ପରେ ଖାଲି ପଡିଥିବା ୬ଟି ମନ୍ତ୍ରୀ ପଦ ପୂରଣ ପାଇଁ କସରତ ଆରମ୍ଭ ହୋଇଛି। ଏନେଇ ରାଜ୍ୟସଭାପତି ମନମୋହନ ସାମଲ ସଂକେତ ଦେବା ପରେ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ମୋହନ ମାଝୀ ଓ ମନମୋହନଙ୍କ ଦିଲ୍ଲୀ ଗସ୍ତ। କୁହାଯାଉଛି ଦିଲ୍ଲୀରେ ମନ୍ତ୍ରୀମଣ୍ଡଳର ଚୂଡାନ୍ତ ତାଲିକା ସରିଛି। ଖୁବଶୀଘ୍ର ଘୋଷଣା ହୋଇପାରେ ନାଁ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ଖାଲି ପଡିଥିବା ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ଖୁବଶୀଘ୍ର ନିଷ୍ପତି ନିଆଯିବ। ଏହାକୁ ନେଇ ଆଶାୟୀ ବିଧାୟକ ଓ ନେତାଙ୍କ ଛାତି ଧଡଧଡ ହେଲାଣି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe