କନକ ବ୍ୟୁରୋ : ଆର୍ୟୁବେଦରେ ରହିଛି ଫାଇଲେରିଆ ରୋଗର ସଫଳ ଚିକିତ୍ସା । ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବାୟୋ ଟୋକ୍ନୋଲୋଜି ରିସର୍ଚ୍ଚରୁ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଓୌଷଧୀୟ ଗଛରୁ ପ୍ରସ୍ତୁତ ଏହି ଔଷଧ ଖାଇ ରୋଗୀ ଉପଶମ ପାଉଛନ୍ତି ।
ଆର୍ୟୁବେଦରେ ଭଲହେବ ଫାଇଲେରିଆ । ଲୁପ୍ତପ୍ରାୟ ଔଷଧିୟ ବୃକ୍ଷ ଉପରେ ରିସର୍ଚ୍ଚ କରି ଫାଇଲେରିଆ ଔଷଧ ସନ୍ଧାନ କରିଛି ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋ ଟେକ୍ନୋଲୋଜି ଓ ବାୟୋ ଇନଫରମେଟିକ୍ ବିଭାଗ । ଗନ୍ଧମାର୍ଦ୍ଧନ ପାହାଡ ପାଦଦେଶରୁ ଔଷଧୀୟ ବୃକ୍ଷ ଆଣି ଫାଇଲେରିଆ ଔଷଧ ପ୍ରସ୍ତୁତ କରାଯାଇଛି । ଯାହା ପ୍ରାୟତଃ ସଫଳ ହୋଇଛି । ଏହାକୁ ୪୦ଜଣଙ୍କ ଉପରେ ପ୍ରୟୋଗ କରି ଏହାର ପ୍ରଭାବ ଓ କାର୍ଯ୍ୟକାରିତା ନେଇ ଗବେଷଣା ଚାଲିଛି । ଏହି ଔଷଧ ଫାଇଲେରିଆ ସେଲ୍ ମାରିବାରେ ସଫଳ ହୋଇଛି ।
ପଶ୍ଚିମ ଓଡିଶାରେ ଫାଇଲେରିଆ ରୋଗୀଙ୍କ ସଂଖ୍ୟା ଅଧିକ । ଏଲୋପାଥିକ ଔଷଧରେ ଏହାର ଚିକିତ୍ସା କରାଯାଉଛି । କିନ୍ତୁ ଏହାଦ୍ୱାରା ମଦର ସେଲ୍ ମରିନଥାଏ । ହେଲେ ବିଭାଗ ପ୍ରସ୍ତୁତ କରିଥିବା ଆର୍ଯୁବେଦ ଔଷଧରେ ଫାଇଲେରିଆ ମୂଳୋତ୍ପାଟନ କରିବାର କ୍ଷମତା ରହିଛି । ଆଗାମୀ ଦିନରେ ଯଦି ଏହାକୁ ଅନୁମତି ମିଳେ ତେବେ ଏହା ଫାଇଲେରିଆ ରୋଗୀଙ୍କ ପାଇଁ ବରଦାନ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/07/filaria-2025-08-07-19-08-59.jpg)