କନକ ବ୍ୟୁରୋ : ଫାଇଲେରିଆ ନିରାକରଣ ପାଇଁ ରାଜ୍ୟରେ ଚାଲିଛି ମାସ୍ ଡ୍ରଗ୍ ଆଡମିନିଷ୍ଟ୍ରେସନ୍। ଆରମ୍ଭ ହୋଇଛି ଫାଇଲେରିଆ ଔଷଧ ବଣ୍ଟନ। ହେଲେ ସମ୍ବଲପୁରରେ ସହରାଂଚଳ ଧନକଉଡାରେ ଫାଇଲେରିଆ ସ୍ଥିତି ସଙ୍ଗୀନ । ୨୦୨୪-୨୫ ବର୍ଷ ମେଡିକାଲ ରିପୋର୍ଟରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଧନକଉଡ଼ାର ୨ଟି ଓ୍ବାର୍ଡରେ ୪୬ଟି ଫାଇଲେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ କନକ ନ୍ୟୁଜ ଘଟଣା ସ୍ଥଳରେ ପହଂଚି ପ୍ରକୃତ ସତ୍ୟ ସାମ୍ନାକୁ ଆଣିଛି । କାହିଁକି ଧନକଉଡାରେ ଜିଲ୍ଲାର ସର୍ବାଧିକ ଫାଇଲେିରଆ ରୋଗୀ ଚିହ୍ନଟ ହୋଇଛନ୍ତି ତାର ଅନୁସନ୍ଧାନ କରିଛି ।
ସ୍ଥାନୀୟ ବାସିନ୍ଦା ପ୍ରଶାସନ ଉପରେ ବର୍ଷିଛନ୍ତି। ଠିକ୍ ଭାବରେ ସଫେଇ ହେଉନି , ପାଣି ଜମିବା ଫଳରେ ମଶା ବଂଶ ବୃଦ୍ଧି ହେଉଥିବା ଲୋକେ କହିଛନ୍ତି । ମହାନଗର ନିଗମ ସଫେଇକୁ ଗୁରୁତ୍ବ ଦେଉନଥିବାରୁ ବଢ଼ୁଛି ରୋଗୀ ସଂଖ୍ୟା। ଯାହକୁ ନେଇ ଭୟରେ ସ୍ଥାନୀୟ ଲୋକେ ।
ଫାଇଲେରିଆର ମୂଳତ୍ପାଟନ ନେଇ ଯୋଜନା କରୁଛି ସ୍ବାସ୍ଥ୍ୟ ବିଭାଗ। ଏଥିସହ ମହାନଗର ନିଗମ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ବି ଜରୁରୀ ହୋଇପଡିଛି।