କନକ ବ୍ୟୁରୋ : ଆଫଗାନିସ୍ତାନ-ପାକିସ୍ତାନ ମଧ୍ୟରେ ପୁଣି ସଂଘର୍ଷ । କୁର୍ରମ୍‌ରେ ଟ୍ୟାଙ୍କ୍ ଲଢେଇ, ପାକ୍ ସୈନ୍ୟ ଚୌକି କବଜା କଲା ଆଫଗାନ ସେନା । ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ମଙ୍ଗଳବାର ରାତିରେ ଖୈବର୍ ପକ୍ତୁନଖ୍ବାର କୁର୍ରମ୍ ଜିଲ୍ଲାରେ ପୁଣି ଥରେ ଭୟାବହ ସଂଘର୍ଷ ଆରମ୍ଭ ହୋଇଯାଇଛି । ତାଲିବାନ୍ ଓ ପାକିସ୍ଥାନୀ ସୈନ୍ୟମାନଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଥିବା ସୂଚନା ମିଳିଛି । ଏହାର କିଛି ଭିଡିଓ ଏବେ ସାମ୍ନାକୁ ମଧ୍ୟ ଆସିଛି ।  

Advertisment

ପାକିସ୍ତାନ ଆଫଗାନ୍ ପୋଷ୍ଟ୍‌ଗୁଡ଼ିକ ଉପରେ ଆକ୍ରମଣ କରି କେତେକ ଟ୍ୟାଙ୍କ୍‌ଗୁଡ଼ିକୁ ନଷ୍ଟ କରିଦେଇଛି । ଏହା ଡୁରାଣ୍ଡ ରେଖା ବିବାଦରୁ ଆରମ୍ଭ ହୋଇଛି । ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ପୂର୍ବରୁ ସୀମାନ୍ତରେ ସଂଘର୍ଷର ସତର୍କ ସୂଚନା ଦେଇଥିଲେ । ଆଫଗାନ ପକ୍ଷ ଦାବି କରୁଛି ଯେ ସେମାନଙ୍କ ଡ୍ରୋନ୍ ଆକ୍ରମଣରେ ୭ ଜଣ ପାକିସ୍ଥାନୀ ସୈନିକ ନିହତ ହୋଇଛନ୍ତି ।