କନକ ବ୍ୟୁରୋ : ମାଲେସିଆରେ ଜଳିଗଲା ବିମାନ। ମାଲେସିଆ ବାୟୁସେନାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଉଡ଼ାଣ ଭରିବା ସମୟରେ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଏହାପରେ ଜଳିଯାଇଥିଲା । ମାଲେସିଆର ସୁଲତାନ ହାଜି ଅହମ୍ମଦ ଶାହ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା ଏହି ଯୁଦ୍ଧ ବିମାନ । ଗତ ରାତି ୯ଟା ୫ ମିନିଟରେ ଉଡ଼ାଣ ଭରିଥିଲା। ତେବେ ଟେକ୍ ଅଫ୍ କରିବା ମାତ୍ରେ ଏକ ବଡ଼ ବିସ୍ଫୋରଣ ହୋଇ ଜଳିଯାଇଥିଲା। ସୌଭାଗ୍ୟବଶତଃ ବିମାନର ପାଇଲଟ୍ ସୁରକ୍ଷିତ ଅଛନ୍ତି।