କନକ ବ୍ୟୁରୋ : କର୍ଣ୍ଣାଟକର ବେଙ୍ଗାଲୁରୁରେ ସ୍ୱାମୀଙ୍କୁ ବାସି ଖାଦ୍ୟ ଖାଇବାକୁ ଦେବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେଥିପାଇଁ ମହିଳାଙ୍କୁ ନିଜ ଜୀବନ ଦେବାକୁ ପଡ଼ିଛି । କାବ୍ୟା ନାମକ ଜଣେ ମହିଳା ତିନି ଦିନର ବାସି ସାମ୍ବରକୁ ଗରମ କରି ମଧ୍ୟାହ୍ନ ଭୋଜନରେ ସ୍ୱାମୀଙ୍କୁ ଖାଇବାକୁ ଦେଇଥିଲେ । ମହିଳାଙ୍କ ଏଭଳି କାର୍ଯ୍ୟ ନେଇ ସ୍ୱାମୀ କ୍ରୋଧିତ ହୋଇଯାଇଥିଲେ । ତିନି ଦିନର ବାସି ସାମ୍ବର କାହିଁକି ଦେଲୁ ବୋଲି ସେ ପ୍ରଶ୍ନ କରିଥିଲେ । ଫଳରେ ଦମ୍ପତିଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏଥିରେ ମହିଳା ଜଣକ ବିରକ୍ତ ହୋଇ ନିଜ ଜୀବନ ନେଇଥିଲେ ।
୨୭ ବର୍ଷ ବୟସ୍କା କାବ୍ୟାଙ୍କର ବିବାହ ପାଞ୍ଚ ବର୍ଷ ତଳେ ରଙ୍ଗସ୍ୱାମୀଙ୍କ ସହିତ ହୋଇଥିଲା । ସେମାନଙ୍କର ଏକ ଚାରି ବର୍ଷର ପୁଅ ଅଛନ୍ତି । ରିପୋର୍ଟ ଅନୁସାରେ, କାବ୍ୟା ବାସି ସାମ୍ବରକୁ ଗରମ କରି ତାଙ୍କ ସ୍ୱାମୀଙ୍କୁ ଖାଇବାକୁ ଦେବା ମାତ୍ରେ ସେ କ୍ରୋଧିତ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ଏତେ ବଢିଗଲା ଯେ, ସ୍ୱାମୀ କାବ୍ୟାଙ୍କୁ ଗାଳି ଗୁଲଜ କରିବା ସହିତ ହାତ ଉଠାଇଥିଲେ ।
କାବ୍ୟା ଏହି ଝଗଡ଼ାକୁ ନେଇ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ନିଜ ଜୀବନ ନେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ତାଙ୍କୁ ଦେଖାଯାଇନଥିଲା । ସେ ଫସଲରେ ସ୍ପ୍ରେ କରାଯାଉଥିବା କୀଟନାଶକ ପିଇ ଦେଇଥିବା ଅଭିଯୋଗ ହୋଇଛି। ଯେତେବେଳେ ସେ ବାନ୍ତି କରିବାକୁ ଲାଗିଲେ, ତାଙ୍କ ପରିବାର ଲୋକେ ସନ୍ଦେହ କରି ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ, ପୁଲିସର କହିବା ଅନୁଯାୟୀ, ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନେଲାମଙ୍ଗଳା ସରକାରୀ ଡାକ୍ତରଖାନାକୁ ପଠାଯାଇଛି । ଡାବାସପେଟ୍ ପୁଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/suicide-2026-03-07-15-26-03.jpg)