କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୈଶଭୋଜିରେ ଦୁଇ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଝଗଡ଼ା । ଏପରିକି ଦୁଇ ଅଧିକାରୀ ହାତାହାତି ହେବା ଯାଏ କଥା ଯାଇଥିଲା । ଅର୍ଥ ସଚିବ ସ୍କଟ୍ ବେସାଣ୍ଟ ଓ ଫିଡେରାଲ୍ ଫାଇନାନ୍ସ ଏଜେନ୍ସି ଡାଇରେକ୍ଟର ବିଲ୍ ପୁଲଟେ ମୁହାଁମୁହିଁ ହୋଇଥିଲେ । ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବିଲ୍ ପୁଲଟେ ଓ କିଛି ଲୋକ ତାଙ୍କ ସମ୍ପର୍କରେ କିଛି କହିଥିବା ଶୁଣିବା ପରେ ରାଗି ଯାଇଥିଲେ ବେସାଣ୍ଟ । ନୈଶଭୋଜିରେ ସାକ୍ଷାତ ପରେ ଫିଡେରାଲ୍ ଫାଇନାନ୍ସ ଏଜେନ୍ସି ଡାଇରେକ୍ଟର ବିଲ୍ ପୁଲଟେଙ୍କ ଉପରେ ସ୍କଟ୍ ବେସାଣ୍ଟଙ୍କ ରାଗ ଚରମରେ ପହଞ୍ଚି ଯାଇଥିଲା । ‘ତୁମ ମୁହଁ ଫଟେଇ ଦେବି, ତୁମକୁ ପିଟିବି, ବାହାରକୁ ଚାଲ’ ବୋଲି ବିଲ ପୁଲଟେଙ୍କୁ ବେସାଣ୍ଟ କହୁଥିବା ଦେଖିବାକୁ ମିଳିଥିଲା । ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ତିକ୍ତତାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଟ୍ରମ୍ପଙ୍କ ଅର୍ଥନୀତି ନେଇ ମତଭେଦରୁ ଏଭଳି ଘଟିଥିବା ମଧ୍ୟ କୁହାଯାଉଛି । ୱାସିଂଟନ ଡିସିଠାରେ ଆୟୋଜିତ ଏହି ନୈଶଭୋଜିରେ ଆମେରିକାର ବହୁ ସଚିବଙ୍କ ସମେତ ପ୍ରାୟ ୩୦ ଜଣ ଅତିଥି ଉପସ୍ଥିତ ଥିଲେ । ଜଣେ ବ୍ୟକ୍ତି ଉଭୟଙ୍କୁ ନୈଶଭୋଜିର ଅଲଗା ଅଲଗା ସ୍ଥାନକୁ ନେଇ ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା କରିଥିଲେ । ତେବେ ଘଟଣା ସମ୍ପର୍କରେ ହ୍ବାଇଟ୍ ହାଉସ ପକ୍ଷରୁ ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି ।
ଟ୍ରମ୍ପଙ୍କ ନୈଶଭୋଜିରେ ବିବାଦ
ଦୁଇ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଝଗଡ଼ା
ହାତାହାତି ହେବା ଯାଏ କଥା ଯାଇଥିଲା
ସ୍କଟ୍ ବେସାଣ୍ଟ ଓ ବିଲ୍ ପୁଲଟେ ମୁହାଁମୁହିଁ
‘ତୁମ ମୁହଁ ଫଟେଇ ଦେବି, ତୁମକୁ ପିଟିବି, ବାହାରକୁ ଚାଲ’ ବୋଲି ବେସାଣ୍ଟ କହୁଥିଲେ
ବ୍ୟକ୍ତିଗତ ଓ ବୃତ୍ତିଗତ ତିକ୍ତତାରୁ ଏଭଳି ପରିସ୍ଥିତି
ଉଭୟଙ୍କୁ ଅଲଗା ଅଲଗା ସ୍ଥାନକୁ ନିଆଯାଇଥିଲା
ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା କରାଯାଇଥିଲା
ହ୍ବାଇଟ୍ ହାଉସ ପକ୍ଷରୁ ପ୍ରତିକ୍ରିୟା ଦେବାକୁ ମନା କରାଯାଇଛି