କନକ ବ୍ୟୁରୋ: ଭାରତ ଗସ୍ତରେ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ । ତାଙ୍କ ସହିତ ପତ୍ନୀ ବୀଣା ରାମଗୁଲାମ ଓ ଏକ ପ୍ରତିନିଧି ଦଳ ମଧ୍ୟ ଆସିଛନ୍ତି। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ମରିସସ୍ ପ୍ରଧାନମନ୍ତ୍ରୀ ଭାରତରେ ରହିବେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ । ଆଜି ମୁମ୍ବାଇରେ ତାଙ୍କର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ ବାରାଣସୀ ଯିବେ । ୧୧ ତାରିଖରେ ସେ ବୈଦେଶିକ ସଚିବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ଗସ୍ତର ଶେଷଦିନ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ମରିସସ୍ ସହିତ ଭାରତର ସମ୍ପର୍କ ବେଶ୍ ଭଲ । ଗତ ୨୦୧୪ ମେ ମାସରେ ନବୀନଚନ୍ଦ୍ର ରାମଗୁଲାମ ଭାରତ ଆସି ମୋଦୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିଲେ ।  

Advertisment

ଭାରତ ଗସ୍ତରେ ମରିସସ୍ ପ୍ରଧାନମନ୍ତ୍ରୀ
ମରିସସ୍ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ 
ପତ୍ନୀ ବୀଣା ଓ ଏକ ପ୍ରତିନିଧି ଦଳ ମଧ୍ୟ ଆସିଛନ୍ତି
ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ
ଆଜି ମୁମ୍ବାଇରେ କାର୍ଯ୍ୟକ୍ରମ, କାଲି ବାରାଣସୀ ଯିବେ
୧୧ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କାର୍ଯ୍ୟକ୍ରମ 
୧୬ ପର୍ଯ୍ୟନ୍ତ ବହୁ କାର୍ଯ୍ୟକ୍ରମ ରହିଛି