ମିଳିଲା ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା : ୨ଲକ୍ଷ ୩୦ହଜାରରୁ ଅଧିକ ନୂଆ ହିତାଧିକାରୀ ପାଇଲେ ସହାୟତା..

Advertisment

୨ଲକ୍ଷ ୩୦ହଜାରରୁ ଅଧିକ ନୂଆ ହିତାଧିକାରୀ ପାଇଲେ ସହାୟତା, କୋଟିଏ ଟପିଲା ହିତାଧିକାରୀଙ୍କ ସଂଖ୍ୟା..

୨ଲକ୍ଷ ୩୦ହଜାରରୁ ଅଧିକ ନୂଆ ହିତାଧିକାରୀ ପାଇଲେ ସହାୟତା, କୋଟିଏ ଟପିଲା ହିତାଧିକାରୀଙ୍କ ସଂଖ୍ୟା..

କୋଟିଏ ଟପିଲା ହିତାଧିକାରୀଙ୍କ ସଂଖ୍ୟା

କୋଟିଏ ଟପିଲା ହିତାଧିକାରୀଙ୍କ ସଂଖ୍ୟା Photograph: (କୋଟିଏ ଟପିଲା ହିତାଧିକାରୀଙ୍କ ସଂଖ୍ୟା)

କନକ ବ୍ୟୁରୋ: ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ପାଇଲେ ହିତାଧିକାରୀ । ଆଜି ୨ ଲକ୍ଷ ୩୦ ହଜାରରୁ ଅଧିକ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ପଠାଇଛନ୍ତି ସରକାର । ଏଥିସହ ୧ କୋଟି ଟପିଛି ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା । ପୂର୍ବରୁ ପ୍ରଥମ କିସ୍ତିର ଟଙ୍କା ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ୩୦ ହଜାରରୁ ଅଧିକ ମହିଳା ପାଇଥିଲେ ।

ଦିନକ ପରେ ଅର୍ଥାତ ମହିଳା ଦିବସରେ ସୁଭଦ୍ରାର ଦ୍ୱିତୀୟ କିସ୍ତି ପାଇବେ କୋଟିଏରୁ ଅଧିକ ମହିଳା । ମାର୍ଚ୍ଚ ୩୧ ରହିଛି ସୁଭଦ୍ରା ଆବେଦନର ଶେଷ ତାରିଖ । ଏହି ସମୟ ଭିତରେ ଆବେଦନ କଲେ ରକ୍ଷା ବନ୍ଧନ ବେଳକୁ ଏକାଥରେ ସୁଭଦ୍ରାର ତିନୋଟି କିସ୍ତି ପାଇବେ ହିତାଧିକାରୀ । ଅନ୍ୟପଟେ ମାର୍ଚ୍ଚ ୩୧ ପରେ ସୁଭଦ୍ରା ଆବେଦନ ବନ୍ଦ ହେବ ଏବଂ ସରକାର ଘରକୁ ଘର ବୁଲି ସୁଭଦ୍ରାରୁ ବଞ୍ଚିତ ହିତାଧିକାରୀଙ୍କ ସର୍ଭେ କରିବେ ।

ପୂର୍ବ ସୂଚନା ଅନୁସାରେ, ପଞ୍ଚମ ପର୍ଯ୍ୟାୟ ପରେ ବି ରାକ୍ଷୀ ପୂର୍ଣ୍ଣିମାରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକା ବେଳେ ୩ଟି କିସ୍ତିର ଟଙ୍କା ଅର୍ଥାତ୍‌ ୧୫ ହଜାର ଟଙ୍କା । ସୁଭଦ୍ରାରୁ ମହିଳାଙ୍କୁ ନିଜ ସହ ଯୋଡି ହୋଇ ରଖିବାକୁ ଅନ୍ତର୍ଜାତୀୟ ମହିଳା ଦିବସରେ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ।  ୮ ତାରିଖ ଯାଏଁ ପଞ୍ଚାୟତ ସ୍ତରରେ ଚାଲିବ କାର୍ଯ୍ୟକ୍ରମ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe