କନକ ବ୍ୟୁରୋ:  “୫ମ ଫିକି ଫ୍ଲୋ ଉତ୍କଳ ପୁରସ୍କାର – ୨୦୨୫” ପୁରସ୍କାର ଉତ୍ସବ ଏକ ଘରୋଇ ହୋଟେଲଠାରେ ଅନୁଷ୍ଠିତ ହୋଇଯାଇଛି । ରୁଚି ଫୁଡ୍ ଲାଇନ୍‌ର ପରିଚାଳନା ନିର୍ଦେଶକ ଡ. ଶରତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ଉତ୍ସବକୁ ଉଦ୍‌ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଫିକି ଫ୍ଲୋ’ର ଜାତୀୟ ଅଧ୍ୟକ୍ଷା ହରଜିନ୍ଦର କର ତଲୱାର, ଫିର୍କି ଫ୍ଲୋ’ ଭୁବନେଶ୍ଵରର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଧରିତ୍ରୀ ପଟ୍ଟନାୟକ, ରୁଚି ପୁତ୍ରଲାଇନର ନିର୍ଦେଶିକା ସଙ୍ଗୀତା ସାହୁ । ଫିକି ଫ୍ଲୋ’-ଭୁବନେଶ୍ବରର ଅଧ୍ୟକ୍ଷା, ଓଡିଶାର ଅଗ୍ରଣା ମହିଳା ଉଦ୍ୟୋଗୀ ତଥା ରୁଚି ଫୁଡ୍‌ଲାଇନର ନିର୍ଦ୍ଦେଶିକା ରଶ୍ମି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମହିଳାମାନେ ଏବେ ସଶସ୍ତ, ସମୃଦ୍ଧ ଓ ସଚେତନ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ । ସମୟ ସହ ତାଳ ଦେଇ ନାରୀ ଶକ୍ତି ଏବେ ସବୁଥିରେ ଆଗରେ । ନାରୀମାନେ କୌଣସି ଗୁଣରେ କମ୍ ନୁହଁନ୍ତି । ଦେଶ ଓ ରାଜ୍ୟର ପ୍ରଗତିରେ ସେମାନଙ୍କର ଭୂମିକା ଅତୁଳନୀୟ । ଫିକି ଫ୍ଲୋ‘ର ଜାତୀୟ ଅଧ୍ୟକ୍ଷା ପ୍ରକାଶ କରିଥିଲେ ଭାରତର ପ୍ରତିଭାବାନ ନାରୀଶକ୍ତିମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରି ଦେଶର ପ୍ରଗତି କରିବା ଫିକି ଫ୍ଲୋ‘ର ମୂଳ ଲକ୍ଷ୍ୟ । ସେହିପରି ଫ୍ଲୋ‘ ଭୁବନେଶ୍ୱରର ପ୍ରତିଷ୍ଠାତା ପ୍ରକାଶ କରିଥିଲେ ଯେ, ‘୫ମ ବର୍ଷର ଜୟଯାତ୍ରାରେ ଆମେ ଅନେକ ସଶକ୍ତ ମହିଳା ମାନଙ୍କୁ ଏକାଠି କରି ଆମ ରାଜ୍ୟର ପ୍ରଗତିରେ ସାହାଯ୍ୟ କରିପାରିଛୁ ।‘ 

Advertisment

816cd63b-5b40-401e-8ce1-72cae49cef4d

୨୦୨୪-୨୫ର ଫ୍ଲୋ ଅଧ୍ୟକ୍ଷା ରଶ୍ମି ସାହୁ ଫ୍ଲୋ’ର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାବଦେଇଥିବା ବେଳେ ଓଡିଶା ସରକାରଙ୍କ ନାରୀ ଜାଗରଣରେ ସମ୍ପୂର୍ଣ୍ଣ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ । ଓଡ଼ିଶାର ଅନନ୍ୟ ପ୍ରତିଭାଧାରୀ ନାରୀମାନଙ୍କର ମିଳିତ ସହଯୋଗରେ ଫିକି ମାଧ୍ୟମରେ ବହୁ ଯୁବ ପ୍ରତିଭାଧାରୀ ଆଗକୁ ବଞ୍ଚିବା ପାଇଁ ପ୍ରେରଣା ପାଇପାରିବେ ବୋଲି ପ୍ରକାଶ କରିଥିଲେ ଅନ୍ୟତମ ସ୍ୱତନ୍ତ୍ର ଅତିଥି ପଣ୍ଡିତ ମାତୃପ୍ରସାଦ ମିଶ୍ର ।

ଏହି ସ୍ଵତନ୍ତ୍ର ସମ୍ମାନ ଉତ୍ସବରେ ୧୪ ପ୍ରମୁଖ ବିଭାଗରେ ୧୫ ଜଣ କୃତୀ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା । ଫ୍ଲୋ‘ ସାମାଜିକ ଦାୟିତ୍ଵ ପାଇଁ ନିନ୍ଦଲ ଫାଉଣ୍ଡେସନର ସହ ପ୍ରବନ୍ଧକ ମୈତ୍ରୀ ମିଶ୍ରଙ୍କୁ ଶ୍ରେଷ୍ଠ ଉଝଜ ପୁରସ୍କାର, ଫ୍ଲୋ‘ ବୃହତ୍ତର ଅନୁଷ୍ଠାନ ବିଭାଗରେ କେ.ସି.ସି.ଏଲ ଗ୍ରୁପ୍‌ର ମାନବ ସମ୍ବଳ ବିଭାଗର ମୁଖ୍ୟ ପ୍ରିୟଦର୍ଶନୀ ମହାଡିଙ୍କୁ, ଫ୍ଲୋ ମାଇକ୍ରୋ ନାନୋ ଇଦ୍ୟୋଗୀ ଭାବେ ଆଶ୍ଵିଦିତ ଗ୍ରୁପ୍‌ର ସୁରେଖା ରାଉତରାୟଙ୍କୁ, ଫ୍ଲୋ ଉଦ୍ୟୋଗୀ ଭାବେ ଜଗନ୍ନାଥ ପଲି ପ୍ୟାକର ସ୍ପର୍ଶାଞ୍ଜଳି ସୁବୁଦ୍ଧିଙ୍କୁ, ଫ୍ଲୋ ଷ୍ଟାର୍ଟଅପ୍‌ରେ ଅରାସିଓ ଗ୍ରୁପ୍‌ର ଅଧକ୍ଷା ଆକାଂକ୍ଷା ପ୍ରିୟଦର୍ଶିନୀକୁ, ଫ୍ଲୋ ସାମାଜିକ କର୍ମୀ ଭାବେ ଯଶଶ୍ରୀ ପଟ୍ଟନାୟକଙ୍କୁ, ଫ୍ଲୋ ଟେକ୍ ପୁରସ୍କାରରେ ସୋନୁ ସାମଲଙ୍କୁ, ଫ୍ଲୋ ଶ୍ରେଷ୍ଠ କ୍ରିଡାବିତ୍ ଭାବେ ଓଡ଼ିଶାର ଯୁବ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ, ଫ୍ଲୋ ପାରମ୍ପରିକ ଖାଦ୍ୟ ବିଭାଗରେ ରେଳୁବାଳା ରାଉତ୍‌ଙ୍କୁ, ଫ୍ଲୋ ସଂସ୍କୃତିକ ବ୍ୟକ୍ତିତ୍ଵ ଭାବେ ସୁହାଗ ନଳୀନୀ ବାଈଙ୍କୁ, ଫ୍ଲୋ ସବୁଜ ଉଦ୍ୟୋଗୀ ଭାବେ ନିଳିମା ମିଶ୍ରଙ୍କୁ, ଫ୍ଲୋ ଫ୍ୟାଶନ ବିଭାଗରେ ରିମିଲି ମହାନ୍ତିଙ୍କୁ, ଫ୍ଲୋ ଯୁଗ ଉଦ୍ୟୋଗୀ ଭାବେ ରୀତା ବଳିଆର ସିଂହ ଓ ଶାନ୍ତନୁ ବଳିଆର ସିଂହ ଏବଂ ଫ୍ଲୋ ବିଚାରକର ମଣ୍ଡଳୀର ସ୍ଵତନ୍ତ୍ର ପୁରସ୍କାରରେ ଜ୍ୟୋତିରାଣୀ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ  କରାଯାଇଥିଲା ।


ସମସ୍ତ ପ୍ରତିଭାମାନଙ୍କୁ ଅତିଥି ଭାବେ ଓସ୍‌ର ସମ୍ପାଦକ ସାତ୍ତ୍ୱିକ ସ୍ୱାଇଁ, ବିଶିଷ୍ଟ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଫିକି ଭୁବନେଶ୍ଵର ସହ ନିର୍ଦେଶକ ବି.କେ. ନାୟକ, ଏମ୍.ଏସ୍.ଏମ୍.ଇ କଟକ ଜି.ଏଫ୍.ଓ ନିତିଶା ମନ, ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ରୋଜାଲିନ୍ ପାଟଶାଣୀ, ପର୍ଯ୍ୟଟନ ବିଭାଗର ସ୍ବାଧୀନ ନିର୍ଦ୍ଦେଶିକା ଆର୍ଯ୍ୟ ପାଣିଗ୍ରାହୀ, ଆଇ.ଏସ୍.ଟି.ଜି.ର ଅଧ୍ୟକ୍ଷ ପ୍ରବୋଧ ମହାନ୍ତି, ଓରମାସର ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ରାଉତ, ଫିକି ଫ୍ଲୋ କାଉନ୍‌ସିଲର ପଙ୍କଜ ସତିଚ୍ଛା, ଫ୍ଲୋ ଭୁବନେଶ୍ଵରର ପୂର୍ବତନ ଅଧ୍ୟକ୍ଷା ସୁନିତା ମହାରି ଓ ଡ. ନପିତା ଚହର ପ୍ରମୁଖ ଅତିଥିମାନେ ସମ୍ମାନିତ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଫ୍ଲୋ ଭୁବନେଶ୍ୱରର ବରିଷ୍ଠ ଉପାଧ୍ୟକ୍ଷ ଡ. ପ୍ରଜ୍ଞା ପରମିତା ମିଶ୍ର । ୨୦୦ରୁ ଊର୍ଦ୍ଧ୍ୱ ସଫଳ ମହିଳା ଉଦ୍ୟୋଗୀ, ସଫଳ ବ୍ୟକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।


ଆଜିର ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆମ ଅସ୍ମିତା ଆମ ଗର୍ବ ପରିବେଶିତ ହୋଇଥିବା ବେଳେ ପୁରସ୍କାର ଉତ୍ସବକୁ ସଂଞ୍ଚାଳନ କରିଥିଲେ ସେଫାଳି ଉଦ୍‌ଗତା । ଇଭେଣ୍ଟ ପରିଚାଳନା କରିଥିଲେ ଭଳାଶ ଚନ୍ଦ୍ର ବେହେରା, ବିଷ୍ଣୁ ମିଶ୍ର, ଅମୃତ ରଞ୍ଜନ ଦାଶ, ଜ୍ଞାନ ରଞ୍ଜନ ରାୟ, ସନ୍ତୋଷ ଶ୍ରୀକାନ୍ତ ମହାପାତ୍ର, ଶିଳ୍ପା ଦାଶ, ଗିରିଜା ଭୂଷଣ ରୂଆଁ ।