କନକ ବ୍ୟୁରୋ : ଜଳୁଛି ଜଙ୍ଗଲ ଯାଉଛି ଜୀବନ । ୭ଦିନ ହେବ ଜଳୁଛି କାଲିଫର୍ଣ୍ଣିଆ ଜଙ୍ଗଲ । ଜଙ୍ଗଲ ଜୀବନ ଦିଏ । ହେଲେ ସେହି ଜଙ୍ଗଲରେ ଯେବେ ନିଆଁ ଲାଗେ, ଭୟଙ୍କର ରୂପ ନିଏ । ଜଙ୍ଗଲୀ ନିଆଁ ଯେତେବେଳେ ଜଙ୍ଗଲର ସୀମା ସରହଦ ଡେଇଁ ସହରରେ ପହଞ୍ଚିଯାଏ, ସେତେବେଳେ ସ୍ଥିତି କେତେ ସାଂଘାତିକ ଓ ଅଣାୟତ ହୋଇପଡ଼େ, ତାହା ଲସ୍ ଏଞ୍ଜେଲସ୍ ନିଆଁ ପ୍ରମାଣ କରିଛି । ପ୍ରତିବର୍ଷ ବିଶ୍ବର ବିଭିନ୍ନ ଦେଶରେ ଜଙ୍ଗଲୀ ନିଆଁ ଲାଗିବାର ଖବର ଶୁଣିବାକୁ ଓ ଦେଖିବାକୁ ମିଳେ । ହେଲେ ଏବେ ଆମେରିକାର କାଲିଫର୍ଣ୍ଣିଆ ଷ୍ଟେଟର ଲସ୍ ଏଞ୍ଜେଲସ୍ ସହରର ନିଆଁ ଖବର ଏବେ ସାରାବିଶ୍ବରେ ଚର୍ଚ୍ଚାର କାରଣ ପାଲଟିଛି । ଜଙ୍ଗଲ ଅଗ୍ନିକାଣ୍ଡରେ କେତେ କ’ଣ କ୍ଷତି ହେଲାଣି
କାଲିଫର୍ଣ୍ଣିଆ: ମାଡୁଛି ଜଙ୍ଗଲ ନିଆଁ
ଜଙ୍ଗଲ ନିଆଁ କରୁଛି ଛାରଖାର
ଅଗ୍ନିକାଣ୍ଡରେ ଏବେ ସୁଦ୍ଧା ୧୩ ଲକ୍ଷ କୋଟି ଟଙ୍କାର କ୍ଷତି
୧୧ଜଣଙ୍କ ମୃତ୍ୟୁ ସହ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର
୪୦ହଜାର ଏକର ଜମିରେ ମାଡିଛି ନିଆଁ
୨୯ହଜାର ଏକ ଜଳିପୋଡି ପାଉଁଶ
୧୦ହଜାର ଘର ନିଆଁରେ ପୋଡ଼ି ନଷ୍ଟ ହୋଇଛି
୫୦ହଜାର ଲୋକଙ୍କୁ ତୁରନ୍ତ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି
ନିଆଁରେ ପାସିଫିକ୍ ପାଲିସେଡ୍ ୫ହଜାର ୩ ଶହ ଘର ଧ୍ବଂସ
ନିଆଁରେ ଇଏଟନ ପ୍ରାୟ ୫ ହଜାର ଷ୍ଟ୍ରକଚରକୁ କ୍ଷତି
ଜଙ୍ଗଲ ନିଆଁରେ ପାଲିସେଡସ୍, ଇଏଟନ୍, ସନସେଟ୍, ହଷ୍ଟ ଓ ଲିଡିଆରେ ବଡ଼ କ୍ଷୟକ୍ଷତି କରିଛି
ବହୁ ସେଲିବ୍ରିଟିଙ୍କ ବିଳାସମୟ ଘର ବି ଜଳିପୋଡ଼ି ଗଲାଣି
ହଲିଉଡ୍ ହିଲ୍ ମଧ୍ୟ ନିଆଁଯୋଗୁଁ ପ୍ରଭାବିତ ହୋଇଛି
୨ ଦିନ ପାଇଁ ଘୁଂଚିଛି ଓସ୍କାର ନୋମିନେସନ