ବାର୍ଡ ଫ୍ଲୁ ଯୋଗୁଁ ବ୍ୟାପୁଛି ଜ୍ୱର । ପୁରୀ ପିପିଲିରେ ଖୋଲିଲା କଣ୍ଟ୍ରୋଲ ରୁମ୍ । ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବେ ଆଶାକର୍ମୀ

Advertisment

ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଥିବା ପିପିଲିରେ ଏବେ ବ୍ୟାପୁଛି ଜ୍ବର। ବାର୍ଡ ଫ୍ଲୁକୁ ଦମନ କରିବାକୁ ଜୋରଦାର ଅଭିଯାନ ଆରମ୍ଭ କରିଛି ରାପିଡ୍ ରେସପନ୍ସ ଟିମ୍। କୁକୁଡା ଫାର୍ମ ଓ ଘରକୁ ଘର ବୁଲି କୁକୁଡ଼ା ମାରୁଛି ଏହି ଟିମ୍।

ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଥିବା ପିପିଲିରେ ଏବେ ବ୍ୟାପୁଛି ଜ୍ବର। ବାର୍ଡ ଫ୍ଲୁକୁ ଦମନ କରିବାକୁ ଜୋରଦାର ଅଭିଯାନ ଆରମ୍ଭ କରିଛି ରାପିଡ୍ ରେସପନ୍ସ ଟିମ୍। କୁକୁଡା ଫାର୍ମ ଓ ଘରକୁ ଘର ବୁଲି କୁକୁଡ଼ା ମାରୁଛି ଏହି ଟିମ୍।

bird flu pipili

କନକ ବ୍ୟୁରୋ: ବାର୍ଡ ଫ୍ଲୁ ବ୍ୟାପିଥିବା ଅଞ୍ଚଳରେ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ତେଣୁ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଏହି ସଂକ୍ରମଣକୁ ରୋକିବାକୁ ପଦକ୍ଷେପ ନିଆଯାଉଛି। ପିପିଲି ବାର୍ଡ ଫ୍ଲୁର ହଟସ୍ପଟ ରହିଛି। ଅନ୍ୟପଟେ ସଂକ୍ରମିତ କୁକୁଡ଼ାକୁ ନ ବିକି ତୁରନ୍ତ ପୋତି ଦେବାକୁ ଫାର୍ମ ମାଲିକଙ୍କୁ ଅନୁରୋଧ କରିଛି ପ୍ରଶାସନ।

  • ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ ବ୍ୟାପୁଛି ଜ୍ୱର
  • ଘରକୁ ଘର ବୁଲି କୁକୁଡା ନିପାତ କରୁଛି ପ୍ରଶାସନ

ବାର୍ଡ ଫ୍ଲୁର ହଟସ୍ପଟ ପାଲଟିଥିବା ପିପିଲିରେ ଏବେ ବ୍ୟାପୁଛି ଜ୍ବର। ବାର୍ଡ ଫ୍ଲୁକୁ ଦମନ କରିବାକୁ ଜୋରଦାର ଅଭିଯାନ ଆରମ୍ଭ କରିଛି ରାପିଡ୍ ରେସପନ୍ସ ଟିମ୍। କୁକୁଡା ଫାର୍ମ ଓ ଘରକୁ ଘର ବୁଲି କୁକୁଡ଼ା ମାରୁଛି ଏହି ଟିମ୍। ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରିବା ସହ ସଂକ୍ରମଣ ଯେପରି ଅନ୍ୟ ଜିଲ୍ଲାକୁ ନ ବ୍ୟାପିବ ସେଥିପାଇଁ ସର୍ଭେଲାନ୍ସକୁ ବ୍ୟାପକ କରାଯାଉଛି। ଯେଉଁମାନେ ସଂକ୍ରମିତ କୁକୁଡାଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ଚିହ୍ନଟ କରି ପ୍ରତିଷେଧକ ଔଷଧ ଦିଆଯାଉଛି। ଏହାସହ ପିପିଲି ବ୍ଲକରେ ଖୋଲାଯାଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ।

କାୟା ମେଲାଉଛି ବାର୍ଡ ଫ୍ଲୁ

  • ସନ୍ଦେହ ଘେରରେ ପିପିଲି,ସତ୍ୟବାଦୀର ୧୦ ଗାଁ
  • ସଂକ୍ରମିତ ଅଞ୍ଚଳର ୧୦ କିମି ଭିତରେ ୯୫ ଜଣଙ୍କୁ ଜ୍ବର
  • କଣ୍ଟ୍ରୋଲ ରୁମରେ ଜ୍ବର ପୀଡିତଙ୍କ ଉପରେ ନଜର ରଖୁଛି ମେଡିକାଲ ଟିମ୍
  • ସଂକ୍ରମିତ ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ଭୋପାଳ ପଠାଯାଇଛି
  • ପ୍ରତିଦିନ ଘରକୁ ଘର ବୁଲି ଆଶାକର୍ମୀ କରିବେ ଜ୍ୱରର ଯାଞ୍ଚ 

ସଂକ୍ରମଣ ଅଞ୍ଚଳର ଲୋକ ଚିକେନ୍ ଖାଆନ୍ତୁ ନାହିଁ ବୋଲି ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଏହାସହ ସଂକ୍ରମିତ କୁକୁଡ଼ାକୁ ନ ବିକି ତୁରନ୍ତ ପୋତି ଦେବାକୁ ଫାର୍ମ ମାଲିକଙ୍କୁ ଅନୁରୋଧ କରିଛି ପ୍ରଶାସନ। ଏ ବାବଦକୁ ଫାର୍ମ ମାଲିକଙ୍କୁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ହୋଇଛି। 

ତେବେ ଗୋଟିଏ ପଟେ ବାର୍ଡ ଫ୍ଲୁ ସଂକ୍ରମଣ ଗାଁ ଗାଁ ବ୍ୟାପୁଥିବା ବେଳେ ବଜାରରେ କମିଲାଣି ଚିକେନର ଚାହିଦା। ପୂର୍ବାପେକ୍ଷା ଚିକେନ ଦର ଶସ୍ତା ହୋଇଥିଲେ ମଧ୍ୟ ଭୟରେ ଚିକେନ କିଣିବାକୁ ଅମଙ୍ଗ ହେଉଛନ୍ତି ଗ୍ରାହକ। ଯାହା ଏବେ ବ୍ୟବସାୟୀଙ୍କ ଚିନ୍ତା ବଢାଇଲାଣି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe