କନକ ବ୍ୟୁରୋ: ସମାଜ, ଦେଶ ତଥା ଉଜ୍ଜ୍ବଳ ଭବିଷ୍ୟତ ପାଇଁ ନିଜ ଗର୍ଭସ୍ଥ ସନ୍ତାନକୁ ଦାନ କରିଦେବା ଜଣେ ମାଆ ପାଇଁ ସବୁଠୁ ବଡ଼ ବଳିଦାନ । ଛାତିକୁ ପଥର କରି ଏଭଳି ମହାନ କାମ କରିଛନ୍ତି ଦିଲ୍ଲୀ ରୋହିଣୀ ଅଞ୍ଚଳର ବାସିନ୍ଦା ବନ୍ଦନା ଜୈନ୍ । 

Advertisment

ଇତିହାସର ବଳିଦାନ ପୃଷ୍ଠାରେ ନିଜ ନାଁ ଲେଖିଦେଇଛନ୍ତି ବନ୍ଦନା ଜୈନ୍ । ପୂର୍ବରୁ ଅନେକ ମାଆ ଦେଶ ପାଇଁ ନିଜ ସନ୍ତାନଙ୍କୁ ସେନାରେ ଛାଡ଼ିଥିବା କଥା ପଢ଼ିଥିବେ, ଶୁଣିଥିବେ । କିନ୍ତୁ  ବିଜ୍ଞାନର ବିକାଶ ପାଇଁ ନିଜ ଗର୍ଭସ୍ଥ ଶିଶୁକୁ ଦାନ କରିଦେବା ସବୁଠାରୁ ଅନନ୍ୟ , ବିରଳ । ପ୍ରଥମ ସନ୍ତାନ ପରେ ଦ୍ବିତୀୟ ସନ୍ତାନ ଚାହିଥିଲେ ବନ୍ଦନା । କିନ୍ତୁ ଗର୍ଭରେ ଦ୍ବିତୀୟ ସନ୍ତାନକୁ ଯେତେବେଳେ ୫ ମାସ ହେଲା, ଗର୍ଭରେ ହିଁ ତା’ର ମୃତ୍ୟୁ ହୋଇଥିଲା । ଯେବେ ପୂରା ପରିବାରକୁ ଏକଥା ଜଣାପଡ଼ିଲା  ସେମାନେ ଧୈର୍ଯ୍ୟର ସହ କଠୋର ନିଷ୍ପତ୍ତି ନେଲେ ଗର୍ଭସ୍ଥ ସନ୍ତାନକୁ ଦଧିଚି ଦେହଦାନ ସମିତି ସହ ଯୋଗଯୋଗ କଲେ । ସମିତିର ସଂସ୍ଥାପକ ସୁଧୀର ଗୁପ୍ତାଙ୍କ ସହ ଯୋଗାଯୋଗ କରି ମୃତ ଭ୍ରୁଣକୁ ମେଡିକାଲ ରିସର୍ଚ୍ଚ ପାଇଁ ଏବଂ ମେଡିକାଲ ଛାତ୍ରଛାତ୍ରୀଙ୍କ ଗବେଷଣା ପାଇଁ ଦାନ କରିବାକୁ ଚାହୁଥିବା କଥା ଜଣାଇଥିଲେ । କିଛି ସମୟ ପରେ ବନ୍ଦନାଙ୍କୁ ଏମ୍ସ ନିଆଯାଇଥିଲା । ସେଠାରେ ଆନାଟୋମି ବିଭାଗରେ ଭ୍ରୁଣକୁ ସାମାନ୍ୟ ଭାବେ ଜନ୍ମ ଦିଆଗଲା  ଏବଂ ଏମ୍ସକୁ ଦାନ କରାଗଲା ।

ସୁଧୀର ଗୁପ୍ତାଙ୍କ କହିବା ଅନୁସାରେ , ପୂର୍ବରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ହେଲେ ଦୋଷ ସମୟରେ ଭ୍ରୁଣ ଦେବାକୁ ମନାକରିଦେଇଥିଲେ ସମ୍ପୃକ୍ତ ବାପା, ମାଆ ଓ ତାଙ୍କ ପରିବାର ।  ଏବେ କିନ୍ତୁ ବନ୍ଦନା ଜୈନ୍ ଯାହା କହିଲେ ତାହାକୁ ଯେତେ ଧନ୍ୟବାଦ୍ ଦେଲେ ବି କମ୍ ପଡ଼ିବ ।