କନକ ବ୍ୟୁରୋ: ରାଜଧାନୀର ଗଳିକନ୍ଦିରେ ମିଳୁଛି ଭ୍ରୂଣ ହତ୍ୟା ଔଷଧ । ହାତ ପାହାନ୍ତାରେ ସହଜ ଓ ସୁବିଧାରେ ମିଳୁଥିବାରୁ ମନଇଚ୍ଛା ଗର୍ଭପାତ କରୁଛନ୍ତି ମହିଳା । ଅଭିଯୋଗ ଆସିବା ପରେ ଡ୍ରଗ୍ ସ୍କ୍ବାଡ୍ ଚଢ଼ାଉ କରିଛି । ସିଆରପି ଅଞ୍ଚଳରେ ଥିବା ଔଷଧ ଦୋକାନରେ ଛାପା ମାରି ଅନୱାଣ୍ଟେଡ୍ କିଟ୍ ଜବତ କରିଛି । ବେଆଇନ୍ ଭାବରେ ବେଧଡ଼କ ବିକ୍ରି ହେଉଥିଲା ଏହି ଭ୍ରୂଣ ହତ୍ୟା କିଟ୍। ଯାହା ବୟାନ କରୁଛି, କେମିତି ପେଟ ଭିତରେ କରାଯାଉଥିଲା ଭ୍ରୂଣ ହତ୍ୟା । ଦୁନିଆ ଦେଖିବା ଆଗରୁ ନୃଶଂସ ଭଳି ଭ୍ରୂଣ ନିରୂପଣ କରୁଥିଲେ ଓ ନିରୀହ ଜୀବନକୁ ହତ୍ୟା କରୁଥିଲେ ।
ରାଜଧାନୀର ଏହି ଚିତ୍ର ହିଁ ବୟାନ କରୁଛି କେତେ ସାଂଘାତିକ ଥିବ ଉପାନ୍ତ ଅଞ୍ଚଳର ଅବସ୍ଥା । ବିନା ପ୍ରେସକ୍ରିପସନରେ କେମିତି ଏହି ମଣିଷମରା ମେଡିସିନକୁ ଲୋକଙ୍କ ହାତକୁ ବଢ଼ାଇ ଦିଆଯାଉଥିଲା । ଆଉ ବର୍ଷ ବର୍ଷ ଧରି ଚାଲିଥିବା ଏହି ଭ୍ରୂଣ ହତ୍ୟା ବାବଦରେ କେମିତି ଜାଣିପାରିଲାନି ସ୍ବାସ୍ଥ୍ୟ ବିଭାଗ । ନୟାଗଡ଼ରେ ଭ୍ରୂଣ ହତ୍ୟା ଘଟଣା ସାରା ଭାରତରେ ଚାଞ୍ଚଲ୍ୟ ଖେଳାଇଥିଲା । ରାଜ୍ୟର ଔଷଧ ଦୋକାନରେ ବେଆଇନ୍ ଭାବେ ବିକ୍ରି କରାଯାଉଥିବା ଗର୍ଭପାତ ଔଷଧ ଉପରେ ନଜର ରଖିବାକୁ ସ୍ବତନ୍ତ୍ର ଟିମ୍ ନିୟୋଜିତ କରାଯାଇଥିଲା । ହେଲେ ଏସବୁ କେତେ ସଫଳ, ସେ ନେଇ ସେତେବେଳେ ପ୍ରଶ୍ନ ଉଠିଛି, ଯେତେବେଳେ କଟକରେ ଏକ ଘରୋଇ ହସ୍ପିଟାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ମହିଳା ରୋଗୀଙ୍କ ମଳଦ୍ବାର ନଳୀ କଟାଯିବା ଘଟଣା ସାମ୍ନାକୁ ଆସିଲା । ଘଟଣା ପରେ ହସ୍ପିଟାଲରେ ଯାଞ୍ଚ କରିଛନ୍ତି ଏଡିଏମଓ ଓ ଡିଲିଂ କ୍ଲର୍କ ।
ଏଠି ପ୍ରଶ୍ନ ଉଠୁଛି
ବିନା ପ୍ରେସ୍କ୍ରିପ୍ସନ୍ରେ ମୃତ୍ୟୁର ବଟିକା ବିକ୍ରି ହେଉଛି କେମିତି?
କାହିଁକି ବଢୁଛି ଗର୍ଭନିରୋଧକ ବଟିକା ବିକ୍ରି?
ଗର୍ଭପାତ ମେଡିସିନ୍ ଖାଇ କେତେ ଜଣ ମାତୃତ୍ବରୁ ବଞ୍ଚିତ ହୋଇଛନ୍ତି?
କାହା ବିରୋଧରେ ରୁଜୁ ହେବ ହତ୍ୟା ମାମଲା?
ସ୍ବାସ୍ଥ୍ୟ ବିଭାଗର ନାକ ତଳେ କେମିତି ଚାଲିଛି ବେଆଇନ୍ କାରବାର?