ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର; ପାଖେଇଲାଣି ପୂଜା, ଆରମ୍ଭ ହେଉନି ରାସ୍ତା ମରାମତି

Advertisment

ଖାଲ ଖମାରେ ଭରପୁର କଟକ ସହରର ରାସ୍ତାଘାଟ । କେଉଁଠି ରାସ୍ତାରୁ ଗୋଡ଼ି ଉଡ଼ିଗଲାଣି କେଉଁଠି ରାସ୍ତା ମଝିରେ ପାଦେ ପାଦେ ପାଣି ।

ଖାଲ ଖମାରେ ଭରପୁର କଟକ ସହରର ରାସ୍ତାଘାଟ । କେଉଁଠି ରାସ୍ତାରୁ ଗୋଡ଼ି ଉଡ଼ିଗଲାଣି କେଉଁଠି ରାସ୍ତା ମଝିରେ ପାଦେ ପାଦେ ପାଣି ।

Cuttack Road Issue

କନକ ବ୍ୟୁରୋ : ଦୁର୍ଗାପୂଜାକୁ ଆଉ ଦିନ କେଇଟା ଥିବା ବେଳେ ଚିନ୍ତା ବଢାଇଲାଣି କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ । ହଜାରେ ବର୍ଷର ସହର କଟକର ଯୁଆଡେ ଯିବେ ସବୁଆଡେ ଖାଲ ଖମାରେ ଭର୍ତ୍ତି ଗୋଟେ ପଟେ ଅକ୍ଟୋବର ୫ ତାରିଖ ସୁଦ୍ଧା ରାସ୍ତା ମରାମତି କାର୍ଯ୍ୟ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏପର୍ଯ୍ୟନ୍ତ ଆରମ୍ଭ ହୋଇନି ମରାମତି କାମ

ପାଖେଇଲାଣି ପୂଜା, ଆରମ୍ଭ ହେଉନି ରାସ୍ତା ମରାମତି ଖାଲ ଖମାରେ ଭରପୁର କଟକ ସହରର ରାସ୍ତାଘାଟ । କେଉଁଠି ରାସ୍ତାରୁ ଗୋଡ଼ି ଉଡ଼ିଗଲାଣି କେଉଁଠି ରାସ୍ତା ମଝିରେ ପାଦେ ପାଦେ ପାଣି । ସହରର ଖାନ୍‌ନଗର, କଲେଜ ଛକ, ନୂଆପଡ଼ା ରାସ୍ତା ପୁଣି ରାଣୀହାଟ ଭଳି ଜନଗହଳି ଅଞ୍ଚଳ, ଯାହା ବଡ଼ ମେଡିକାଲକୁ ସଂଯୋଗ କରୁଛି, ସବୁଆଡେ ଶୋଚନୀୟ ରାସ୍ତାଘାଟ

ରାସ୍ତା ନୁହେଁ ତ ମରଣଯନ୍ତା ଦୁର୍ଗାପୂଜା ପୂର୍ବରୁ କଟକ ସହରର ବିପର୍ଯ୍ୟସ୍ତ ରାସ୍ତାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କିନ୍ତୁ ଏପର୍ଯ୍ୟନ୍ତ ମରାମତି ପାଇଁ ଆବଶ୍ୟକ ଟଙ୍କା ମଞ୍ଜୁର ହୋଇନଥିବାରୁ ମରାମତି ହୋଇପାରୁନଥିବା କହି ପୂର୍ତ୍ତ ବିଭାଗ ଆଡକୁ ବଲ୍ ଫିଙ୍ଗିଛନ୍ତି ମେୟର

ରାସ୍ତାଘାଟ ସମସ୍ୟା କେବଳ ହାଇକୋର୍ଟ କି କଟକ ମହାନଗର ନିଗମ ଭିତରେ ସୀମିତ ରହିନି । ଏହାକୁ ନେଇ ପ୍ରତିବାଦ ଓ ରାସ୍ତାରୋକ କରିଛନ୍ତି ଛାତ୍ରଛାତ୍ରୀ ଓ କଟକବାସୀ ପ୍ରାୟ ପ୍ରତିଦିନ ଯାତାୟତ ବେଳେ ଦୁର୍ଘଟଣା ଘଟୁଛି ଆଉ ଜୀବନ ଯାଉଛି ବୋଲି କଟକବାସୀ ଅଭିଯୋଗ କରିଥିବା ବେଳେ ତୁରନ୍ତ ମରାମତି ପାଇଁ ଦାବି କରିଛନ୍ତି । ସେପଟେ ଏନେଇ ନଗର ଉନ୍ନୟନ ବିଭାଗ ସହ ଆଲୋଚନା ସରିଛି, ଖୁବଶୀଘ୍ର ମରାମତି ଆରମ୍ଭ ହେବ ବୋଲି ସ୍ଥାନୀୟ ବିଧାୟକ କହିଛନ୍ତି ହାଇକୋର୍ଟଙ୍କ ଧାର୍ଯ୍ୟ ତାରିଖ ଭିତରେ ଶୋଚନୀୟ ରାସ୍ତାଘାଟର ମରାମତି ସରୁଛି ନା ନାହିଁ, ଏବେ ତାକୁ ହିଁ ଅପେକ୍ଷା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe