କନକ ବ୍ୟୁରୋ: ପାର୍ବଣ ପୂର୍ବରୁ ଆରମ୍ଭ ହୋଇଯିବ ଅନ୍‌ଲାଇନ୍‌ ସପିଂର ମହାଉତ୍ସବ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍‌ ଡେ' ଓ ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲକୁ ଅପେକ୍ଷା କରି ବସିଛନ୍ତି ଲୋକେ । ପ୍ରତିବର୍ଷ ଦଶହରା ପୂଜା ପୂର୍ବରୁ ସପିଂର ଏହି ମହାପର୍ବ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ବି ଫ୍ଲିପକାର୍ଟ ଓ ଆମାଜନରେ ମେଗା ସପିଂ ଇଭେଣ୍ଟ ପୂର୍ବରୁ ରିଲିଜ୍‌ ହୋଇଛି ଟିଜର । ଏହାପରେ କେବେ ଏହା ଆରମ୍ଭ ହେବ ତାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି ହୋଇଛି । କେତେକ ରିପୋର୍ଟରେ ସପିଂର ଏହି ମହା ଇଭେଣ୍ଟ୍‌ କେବେ ହେବ ତାହା ବି କୁହାଯାଇଛି । କାରଣ ଏହି ସମୟରେ ଅନେକ ସାମଗ୍ରୀ ଶସ୍ତା ହୋଇଯାଏ, ଏଣୁ ପୁଳାପୁଳା  ସାମଗ୍ରୀ କିଣି ଆଣନ୍ତି ଲୋକେ । ତେଣୁ ଏଥର କେଉଁ ସାମଗ୍ରୀ ଅଧିକ ଶସ୍ତା ହେବ ତାହାକୁ ନେଇ ଉତ୍କଣ୍ଠା ବଢ଼ିଛି ।

Advertisment

ଫ୍ଲିପକାର୍ଟ ବିଗ୍‌ ବିଲିୟନ ଡେ' ଟିଜର୍‌ର ଥିମ୍‌ ରହିଛି Its Back and Bigger । ସେପଟେ ଆମାଜନ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲର କୌଣସି ଥିମ୍‌ ନାହିଁ । ଏହାପରେ ଗ୍ରାହକଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ରହିଛି କେଉଁ ଗେଜେଟ୍‌ ବା ସାମଗ୍ରୀ ଅଧିକ ଶସ୍ତାରେ ମିଳିବ । ତେବେ ରିପୋର୍ଟ ମୁତାବକ ଫ୍ଲିପକାର୍ଟ ବିଗ୍‌ବିଲିୟନ ଡେ'ରେ ଏଥର ଇଲେକ୍ଟ୍ରୋନିକ୍ସ ଗେଜେଟ୍‌ସ, ଇଲେକ୍ଟ୍ରୋନିକ୍ସ ଆପ୍ଲିଲାଇସେନ୍ସ ଯେମିତି କି ଟିଭି, ଫ୍ରିଜ୍, ଗ୍ରାଇଣ୍ଡର ଓ ଏୟାର ଫ୍ରାଏୟର ଆଦି ଶସ୍ତାରେ ମିଳିବ । ଏହାଛଡ଼ା ସ୍ମାର୍ଟ ଫୋନ୍‌, ଲ୍ୟାପ୍‌ଟପ୍‌ ବି ଶସ୍ତାରେ ମିଳିବ ।  ସବୁଠାରୁ ବଡ଼ କଥା ହେଉଛି ଡ୍ରେସ୍‌ ଉପରେ ଅଧିକରୁ ଅଧିକ ୮୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ମିଳିବ । ଏଣୁ ଏବେଠାରୁ ହିଁ ଗ୍ରାହକମାନେ ନିଜର ୱିସ୍‌ ଲିଷ୍ଟ ପ୍ରସ୍ତୁତ କରି ରଖିପାରିବେ । 

ଏଥର ବିଗ୍‌ ବିଲିୟନ ଡେଜ୍ ସେପ୍ଟେମ୍ବର ୧୬ ତାରିଖର ଆରମ୍ଭ ହେବ ବୋଲି ରିପୋର୍ଟ ଆସୁଛି । କିନ୍ତୁ ଏହାକୁ ନେଇ ଫ୍ଲିପ୍‌କାର୍ଟ ପକ୍ଷରୁ କୌଣସି ଘୋଷଣା ହୋଇନି । ସେପଟେ ଆମାଜନ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ ମଧ୍ୟ ସେପ୍ଟେମ୍ବର ୨୬ ତାରଖରୁ ଆରମ୍ଭ ହେବ ବୋଲି କୁହାଯାଉଛି । କିନ୍ତୁ ଆମାଜନ ମଧ୍ୟ ଏନେଇ ଅଫିସିଆଲ ଘୋଷଣା କରିନି । ଫ୍ଲିପକାର୍ଟ ଭଳି ଆମାଜନରେ ବି ଇଲୋକ୍ଟ୍ରୋନିକ୍‌ସ ଗେଜେଟ୍‌ସ ଓ ଆପ୍ଲାଇସେନ୍ସ ଶସ୍ତାରେ ମିଳିବ । ସ୍ମାର୍ଟଫୋନ୍‌ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଲ୍ୟାପ୍‌ଟପ୍‌ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ପାଇବେ ଗ୍ରାହକ । ପୋଷାକ ଓ ଫ୍ୟାସନ ପ୍ରଡକ୍ଟ ଉପରେ ବି ୮୦ ପ୍ରତିଶତ ଯାଏଁ ରିହାତି ପାଇପାରିବେ ଲୋକେ । ଏବେ ଆମାଜନ୍‌ ଓ ଫ୍ଲିପକାର୍ଟ ଅଫିସିଆଲ ଆନାଉନ୍ସମେଣ୍ଟ୍‌କୁ ଘୋଷଣା କରିଛନ୍ତି ଗ୍ରାହକ । ଏହାପରେ ଆରମ୍ଭ ହୋଇଯିବ ଅନ୍‌ଲାଇନ୍‌ ସପିଂର ମହାପର୍ବ ।