କନକ ବ୍ୟୁରୋ : ଆଲୋକର ପର୍ବ ଦୀପାବଳି ପାଇଁ ସବୁଠି ଉତ୍ସାହ । ତେବେ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ଜଟଣୀରେ ଜମୁଛି ବାଣ ବଜାର । ଚଳିତ ବର୍ଷ ସହର ଠାରୁ ଦୂରରେ ଥିବା ଶରତ ପାଇକରାୟ ଷ୍ଟାଡିୟମରେ ୧୦୫ ଟି ଦୋକାନ ପାଇଁ ମିଳିଛି ପ୍ରଶାସନର ଅନୁମତି । ଦୀପାବଳିରେ ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି । ତା’ପୁଣି ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଛି ପ୍ରଶାସନ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦୋକାନ ଗୁଡ଼କ ୨ଟି ଫେଜରେ ପ୍ରସ୍ତୁତ କରାଯାଇଛି । ଦୋକାନ ଠାରୁ ଦୋକାନ ଭିତରେ ଦୂରତା, ଟ୍ୟାଙ୍କର ଓ ଆଲୋକ ବ୍ୟବସ୍ଥା ଆଦି କରାଯାଇଛି ।
ଚଳିତ ବର୍ଷ ଭିନ୍ନ ଭିନ୍ନ ପ୍ରକାରର ବାଣ ବଜାରକୁ ଆସିଛି । ଖାସ୍ କରି ଯୁବପିଢ଼ିଙ୍କୁ ନଜରରେ ରଖି ହ୍ୟାଣ୍ଡସଟ୍, ଷ୍ଟାର ନାଇଟ୍, ଡ୍ରୋନ୍, ଡୋନାଲ ଡ଼କ୍, ଫାୟାର ଏଗ, ଚକ୍ରିବାଣ, କୁମ୍ପି ବାଣ ଅଦି ବଜାରରେ ମିଳୁଛି ।
ବିଶେଷକରି ଏଠିକାର ବ୍ୟବସାୟୀ ତାମିଲନାଡୁର ଶିବକାଶୀ ଉପରେ ନିର୍ଭରଶୀଳ । ସେହିଠାରୁ ପ୍ରାୟତଃ ଵାଣ ଜଟଣୀକୁ ଆସିଥାଏ। ଭଲ ଭେରାଇଟ ଓ ସୁଲଭ ଦର ପାଇଁ ଜଟଣୀକୁ ଗ୍ରାହକ ପସନ୍ଦ କରନ୍ତି ।